ଭୁବନେଶ୍ୱର, ଜାନୁଆରୀ 14 (ଖବର ଓଡିଶା) :
ଆଜି ପବିତ୍ର ମକର ସଂକ୍ରାନ୍ତି ଓ ପୋଙ୍ଗଲ । ସାରା ଭାରତରେ ଆଜି ମକର ସଂକ୍ରାନ୍ତି , ପୋଙ୍ଗଲ ପାଳନ କରାଯାଉଛି । ତେବେ ମକର ସଂକ୍ରାନ୍ତି , ପୋଙ୍ଗଲ ଉତ୍ସବ ଉପଲକ୍ଷେ ଦେଶୀବାସୀଙ୍କୁ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରିଛନ୍ତି ଯେ, ଦେଶବାସୀଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଓ ଶୁଭକାମନା । ଉତରାୟଣ ସୂର୍ଯ୍ୟଦେବ ସମସ୍ତଙ୍କ ଜୀବନରେ ଉର୍ଜା ଓ ଆନନ୍ଦ ଭରିଦିଅନ୍ତି । ସେହିପରି ପ୍ରଧାନମନ୍ତ୍ରୀ ପୋଙ୍ଗଲ ଉପଲକ୍ଷେ କହିଛନ୍ତି ଯେ, ସମସ୍ତଙ୍କ ପୋଙ୍ଗଲର ଶୁଭକାମନା । ବିଶେଷକରି ତାମିଲବାସୀ ତଥା ଭାଇ ଭଉଣୀଙ୍କୁ ଶୁଭେଚ୍ଛା । ତାମିଲନାଡୁରେ ଏହି ଉତ୍ସବକୁ ବଡ଼ ଧରଣରେ ପାଳନ କରାଯାଏ ।
ଅନ୍ୟପଟେ ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବ ଅବସରରେ ଦେଶୀବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । କୋଭିଡ ନିୟମକୁ ଦୃଷ୍ଟିରେ ରଖି ମକର ଉତ୍ସବ ପାଳନ କରନ୍ତୁ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି ।