Home >
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୂଚାପ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡିଶାର ୧୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
Khabar Odisha:Light-to-moderate-pressure-is-expected-in-the-Bay-of-Bengal-with-heavy-to-very-heavy-rains-expected-in-12-districts-of-Odisha-in-the-next-four-hours

ଭୁବନେଶ୍ୱର, ଜୁଲାଇ ୨୨(ଖବର ଓଡ଼ିଶା): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖର ଅଞ୍ଚଳରେ ଆଜି ସକାଳେ ଏକ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହିତ ସାଇକ୍ଲୋନିକ୍ ପ୍ରବାହ ୭.୬ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ପତ୍ତନଠାରୁ ଉଚ୍ଚତା ସହିତ ଦକ୍ଷିଣ-ପଶ୍ଚିମ ଦିଗକୁ ବିସ୍ତୃତ ହୋଇଛି। ଏହା ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡିଶାର ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

ଏହି ସମୟରେ କନ୍ଧମାଳ, ସୋନପୁର, ବୌଦ୍ଧ,ଅନୁଗୋଳ,ପୁରୀ,ଖୋର୍ଦ୍ଧା, ଢେଙ୍କାନାଳ,କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା,ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଦିଆଯାଇଛି । ରାଜ୍ୟରେ ଚଳିତ ବର୍ଷର ମୌସୁମୀ ବର୍ଷା ଏପର୍ଯ୍ୟନ୍ତ ନିଅଣ୍ଟିଆ ବୃଷ୍ଟିପାତ ରେକର୍ଡ ହୋଇଥିବା ବେଳେ ଏହା ଖରିଫ ଫସଲ ପ୍ରତିରୋପଣରେ ସହାୟକ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ମାଲକାନଗିରି, କୋରାପୁଟ, କଳାହାଣ୍ଡି,ବଲାଙ୍ଗିର,ଗଞ୍ଜାମ, ନୟାଗଡ,କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର,ଭଦ୍ରକ ଆଦି ଜିଲ୍ଲାରେ ପବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।

  • Tags:

Subscribe

National International State Sports Entertainment