Home >
ନଭେମ୍ବର ୬ରେ ପାଳନ ହେବ ବଡ଼ଓଷା, ୭ ତାରିଖ ସୋମବାର ସକାଳେ ମିଳିବ ଗଜଭୋଗ
Khabar Odisha:Lada-Osha-will-be-celebrated-on-the-6th-of-November-and-Gajvog-will-be-found-on-the-morning-of-the-7th
ଭୁବନେଶ୍ୱର ,ସେପ୍ଟେମ୍ବର 23(ଖବର ଓଡ଼ିଶା):

ନଭେମ୍ବର ୬ରେ ପାଳନ ହେବ ବଡ଼ଓଷା । ସେହିପରି ଅକ୍ଟୋବର ୧୦ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ପାଳନ ହେବ କାର୍ତ୍ତିକ ବ୍ରତ । ୯ ତାରିଖରେ ଗ୍ରହଣ ଲାଗୁଥିବାରୁ ୮ ତାରିଖରେ କାର୍ତ୍ତିକ ବ୍ରତ ସମାପନ ହେବ ।

ନଭେମ୍ବର ୬ରେ ବଡ଼ଓଷା ପାଳନ ହେବାକୁ ଯାଉଥିବା ବେଳେ ୭ ତାରିଖ ସୋମବାର ସକାଳେ ମିଳିବ ଗଜଭୋଗ । ଏନେଇ ଆଜି କଟକ ଆଠଗଡ଼ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ନେଇ ଦିନ ଧାର୍ଯ୍ୟ କରାଯାଇଛି ।

ଏହା ଛଡ଼ା ପଞ୍ଚୁକ ଓ ବଡ଼ ଓଷା ପାଳନ ନେଇ ଆଲୋଚନା କରାଯାଇଥିଲା । ପରେ ଏନେଇ ସମସ୍ତ ପ୍ରକାର ବସ୍ତୃତ ଭାବେ ତଥ୍ୟ ଦେଇଛନ୍ତି ପୁଜକ ସମିତି ସଭାପତି । 

  • Tags:

Subscribe

National International State Sports Entertainment