Home >
କରୋନା:୨ୟ ପର୍ଯ୍ୟାୟରେ ଶିଶୁ ଓ ବୃଦ୍ଧଙ୍କ ଠାରେ ଟିକା ପରୀକ୍ଷା କରିବାକୁ ଯୋଜନା କରୁଛି ବ୍ରିଟେନ
Khabar Odisha:International-covid-19-vaccine-trial-in-uk-now-vaccine-test-planning-on-children-and-senior-citizens

ଲଣ୍ଡନ, ମେ ୨୩ (ଖବର ଓଡ଼ିଶା): କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ରୋଗୀ ସଂଖ୍ୟା ବଢୁଥିବା ବେଳେ ବ୍ରିଟେନ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ପରୀକ୍ଷା କରିବାକୁ ଯାଉଛି । ବ୍ରିଟେନ ଏହି ପର୍ଯ୍ୟାୟରେ ଟିକାକୁ ମନୁଷ୍ୟ ଶରୀରରେ ପରୀକ୍ଷା କରିବାକୁ ଯାଉଛି । ପ୍ରାୟ ୧୦ ହଜାର ଲୋକଙ୍କ ଉପରେ ଏହି ପରୀକ୍ଷା କରିବାକୁ ଯୋଜନା କରୁଛି ବ୍ରିଟେନ । ଭାରତ ମଧ୍ୟ ଏହି ଟିକା ୮୦ ପ୍ରତିଶତ ସଫଳ ହେବ ବୋଲି ଆଶା କରୁଛି । 

ସୂଚନାଯୋଗ୍ୟ, ଗତ ମାସରେ ଅକ୍ସଫୋର୍ଡ ୟୁନିଭରସିଟି ଭ୍ୟାକସିନର ପ୍ରଭାବ ଓ ସୁରକ୍ଷା ଯାଞ୍ଚ କରିବା ଲାଗି ୧୦୦୦ରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଉପରେ ପରୀକ୍ଷା କରିଥିଲା । ବୈଜ୍ଞାନିକମାନେ ଶୁକ୍ରବାର ଘୋଷଣା କରିଛନ୍ତି ଯେ,ଏବେ ତାଙ୍କର ଯୋଜନା ଅଛି ଯେ, ପୂରା ବ୍ରିଟେନରେ ଶିଶୁ ଓ ବୃଦ୍ଧଙ୍କ ସମେତ ୧୦ ହଜାର ୨୬୦ ଜଣ ଲୋକଙ୍କ ଉପରେ ଏହି ଟିକା ପରୀକ୍ଷା କରାଯିବ । 

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଟିକା ବିକଶିତ କରିବାରେ ଲାଗିଥିବା ଟିମର ମୁଖ୍ୟ ଆଣ୍ଡ୍ରୁ ପୋଲାଇ ଗଣମାଧ୍ୟମକୁ କହିଛନ୍ତି, ଚିକିତ୍ସାମୂଳକ ପରୀକ୍ଷା ଆଗକୁ ବଢ଼ିବାରେ ଲାଗିଛି । ବୟସ୍କ ଲୋକଙ୍କ ଠାରେ ଏହି ଟିକା କେମିତି କାମ କରୁଛି, ଆମେ ଏହା ଜାଣିବାକୁ ଯାଉଛୁ । ଏହା ଦ୍ୱାରା ଜଣାପଡ଼ିବ ଏହି ଟିକାକୁ ସମଗ୍ର ଲୋକଙ୍କୁ କିଭଳି ଚିକିତ୍ସା ସେବା ଯୋଗାଇ ଦେଇପାରିବ । 

ଟିକା କେବେ ଯାଏଁ ପ୍ରସ୍ତୁତ ହେବ, ଏନେଇ ପୋଲାଇ ଏକ ଗଣମାଧ୍ୟମ ୱେବସାଇଟକୁ କହିଛନ୍ତି, ଏବେ ଠାରୁ କୌଣସି ଭବିଷ୍ୟତବାଣୀ କରାଯାଇପାରିବ ନାହିଁ । ଟିକା କେବେ ସୁଦ୍ଧା ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ହେବ, ଏ ବାବଦରେ ସେ ସୂଚନା ଦେଇ ନାହାନ୍ତି । ଟିକା କେବେ ଯାଏଁ ପ୍ରସ୍ତୁତ ହେବ ଓ କେତେ ଦିନ ପରେ ସଫଳତା ମିଳିବ, ତାହା ଏବେଠାରୁ କହିହେବ ନାହିଁ । 

ଅନ୍ୟପକ୍ଷରେ ବିଶ୍ୱର ଅନ୍ୟତମ ବଡ଼ ଟିକା ନିର୍ମାତା କମ୍ପାନୀ ‘ସେରମ ଇଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଦାର ପୁନାୱାଲା କହିଛନ୍ତି କୋଭିଡ-୧୯ର ଟିକା ପ୍ରସ୍ତୁତ ହେବାରେ ୨ ବର୍ଷ ସମୟ ଲାଗିବର ସମ୍ଭାବନା ରହିଛି । ସେ କହିଛନ୍ତି ଯେ, ଯାହା ଆଶା କରାଯାଉଛି, ଚଳିତ ବର୍ଷ ଶେଷ ସୁଦ୍ଧା ଟିକା ମିଳିଯିବ । ସେ କହିଛନ୍ତି ଯେ, ଏହା ବ୍ରିଟେନର ଟିକା ପରୀକ୍ଷା ଉପରେ ନିର୍ଭର କରୁଛି । ଏବେ ବ୍ରିଟେନ ଟିକା ପରୀକ୍ଷା କରିବାରେ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି । 

 

  • Tags:

Subscribe

National International State Sports Entertainment