Home >
ୟୁଏଇରେ ଭାରତୀୟଙ୍କ ପ୍ରବେଶ ବର୍ତ୍ତମାନ ପାଇଁ ବନ୍ଦ, ଅନିଶ୍ଚିତକାଳ ପାଇଁ କଟକଣା ବଢ଼ାଇଲେ ସରକାର
Khabar Odisha:International-covid-19-Corona-UAE-extends-suspension-for-travelers-from-India

ଦୁବାଇ, ମେ ୦୫ (ଖବର ଓଡ଼ିଶା): ଭାରତରେ କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ସଂଯୁକ୍ତ ଆରବ ଇମିରାତ ଟ୍ରାଭେଲ କଟକଣାକୁ ଅନିଶ୍ଚିତକାଳ ପାଇଁ ବଢ଼ାଇ ଦେଇଛି । ଜେନେରାଲ ଅଥରିଟି ଅଫ ସିଭିଲ ଏଭିଏଶନ ଏବଂ ନ୍ୟାଶନାଲ ଜରୁରୀକାଳୀନ କ୍ରାଇସିସ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ମଙ୍ଗଳବାର ଘୋଷଣା ଏହା ଘୋଷଣା କରିଛି । ୟୁଏଇର ସରକାରଙ୍କ କହିବା ଅନୁସାରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି । ଅର୍ଥାତ ଭାରତରୁ ୟୁଏଇ ଯିବାକୁ ଆଗ୍ରହ ରଖିଥିବା ଯାତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ । 

ଗଲ୍ଫ ନ୍ୟୁଜ ରିପୋର୍ଟ ଅନୁସାରେ ୟୁଏଇର ବିଦେଶ ମନ୍ତ୍ରାଳୟ ଏପ୍ରିଲ ୨୫ରେ ଭାରତରୁ ଆସୁଥିବା ବିମାନ ଉପରେ କଟକଣା ଲାଗୁ କରିଥିଲା, ଯାହାକି ମେ’ ୪ ତାରିଖରେ ଶେଷ ହେବାର ଥିଲା । କିନ୍ତୁ ଶେଷ ସମୟରେ ଏହାକୁ ବଢ଼ାଇ ଦିଆଯାଇଛି । ମାତ୍ର ଏବେ ଏହା ସ୍ପଷ୍ଟ କରାଯାଇ ନାହିଁ ଯେ, କଟକଣା କେବେ ଶେଷ ହେବ । ଅନ୍ୟପକ୍ଷରେ ୟୁଏଇରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ କଟକଣା ନାହିଁ । ସେଠାରୁ ଯାତ୍ରୀମାନେ ଭାରତକୁ ଆସିପାରିବେ । 

 

  • Tags:

Subscribe

National International State Sports Entertainment