ବ୍ୟାଙ୍ଗକକ, ଅଗଷ୍ଟ ୦୫ (ଖବର ଓଡ଼ିଶା): ଥାଇଲାଣ୍ଡର ଏକ ନାଇଟ କ୍ଲବରେ ଗୁରୁବାର ଅଗ୍ନିକାଣ୍ଡ ହୋଇଛି । ଏଥିରେ ୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ବେଳେ ୩୫ ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ପୁଲିସ ଓ ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଜଧାନୀ ବ୍ୟାଙ୍ଗକକ୍ର ଦକ୍ଷିଣ-ପୂର୍ବ ଚୌନବୁରି ରାଜ୍ୟରେ ଏହି ଅଭାବନୀୟ ଅଘଟଣ ଘଟିଛି ।
ପୁଲିସ କୋଲୋନେଲ ଉଟ୍ଟିପୋଙ୍ଗ ସୋମଜାଇ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରଏଟରକୁ ଫୋନରେ କହିଛନ୍ତି ଯେ, ସତ୍ତାହିପ ଜିଲ୍ଲାରେ ଥିବା ମାଉଣ୍ଟେନ ‘ବି’ ନାଇଟ କ୍ଲବରେ ଗୁରୁବାର ଅଗ୍ନିକାଣ୍ଡ ହୋଇଥିଲା । ଏହି ଅଗ୍ନିକାଣ୍ଡରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୩୫ ଜଣ ଆହତ ହୋଇଛନ୍ତି । ପୀଡିତମାନେ ସମସ୍ତେ ଥାଇଲାଣ୍ଡ ନିବାସୀ ବୋଲି ବରିଷ୍ଠ ପୋଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ପୁଲିସ ସମସ୍ତ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।