Home >
ରାଷ୍ଟ୍ରପତି ନିର୍ବାଚନ: ଆମେରିକୀୟ ହିନ୍ଦୁଙ୍କୁ ନବରାତ୍ରୀ ଶୁଭେଚ୍ଛା ଜଣାଇଲେ ବିଡେନ-ହେରିସ
Khabar Odisha:International-Biden-and-Harris-sent-wishes-to-Hindu-Americans-on-the-occasion-of-Navratri

ୱାଶିଂଟନ, ଅକ୍ଟୋବର ୧୮ (ଖବର ଓଡ଼ିଶା): ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରେଟିକ ପାର୍ଟିର ଆଶାୟୀ ପ୍ରାର୍ଥୀ ଜୋ ବିଡେନ ଓ ତାଙ୍କ ସହିତ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା କମଳା ହେରିସ ଶନିବାର ଠାରୁ ଆରମ୍ଭ ହୋଇଥିବା ୯ ଦିବସୀୟ ନବରାତ୍ରୀ ଉତ୍ସବ ଅବସରରେ ହିନ୍ଦୁ ଆମେରିକୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉଭୟ ଟୁଇଟ କରି କହିଛନ୍ତି ଏହି ପର୍ବ ଖରାପ ବିପକ୍ଷରେ ଭଲର ବିଜୟକୁ ସୂଚାଇ ଥାଏ । 

ସୂଚନାଯୋଗ୍ୟ, ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ-ଆମେରିକୀୟ ଲୋକସଂଖ୍ୟାର ପ୍ରଭାବ ରହିଥାଏ । ଡେମୋକ୍ରେଟିକ ପାର୍ଟି ମଧ୍ୟ ଭାରତୀୟଙ୍କୁ ନେଇ ବଡ଼ ଆଶା କରିଥାଏ । କିନ୍ତୁ ଏଥର ଡେମୋକ୍ରେଟିକ ଦ୍ୱାରା ଭାରତୀୟ ମୂଳ ନିବାସୀ କମଳା ହେରିସଙ୍କୁ ଉପ-ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରାଯାଇଛି । ଫଳରେ ବିଡେନ ମଧ୍ୟ ଭାରତୀୟ ମୂଳଙ୍କ ଠାରୁ ଭୋଟ ଆଶା କରିଛନ୍ତି । 

ଜୋ ବିଡେନ ଟୁଇଟ କରିଛନ୍ତି ଯେ, ହିନ୍ଦୁ ପର୍ବ ନବରାତ୍ରୀ ଅବରସରେ ମୁଁ ଆମେରିକା ଓ ବିଶ୍ୱବ୍ୟାପୀ ଏହି ପର୍ବ ପାଳନ କରୁଥିବା ଲୋକଙ୍କୁ ଶୁଭକାମନା ଜଣାଉଛି । ସେହିପରି କମଳା ହେରିସ ନିଜର ଟୁଇଟର ଆକାଉଣ୍ଟରେ କହିଛନ୍ତି, ମୁଁ ମୋର ହିନ୍ଦୁ ଆମେରିକୀୟ ବନ୍ଧୁ ଓ ପରିବାରକୁ ଶୁଭକାମନା ଜଣାଉଛି । 

      

 

  • Tags:

Subscribe

National International State Sports Entertainment