ଭାରତ ପ୍ରଥମେ ବ୍ୟାଟିଂ କରି ୫୦ ଓଭର ରେ ୯ ୱିକେଟ ହରାଇ 385 ରନ ସଂଗ୍ରହ କରିଛି | ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶେଷ ଦିନିକିଆରେ କମାଲ କରିଛନ୍ତି ଭାରତୀୟ ବ୍ୟାଟର। ବିଶେଷ କରି ରୋହିତ ଶର୍ମା ଓ ଶୁବମନ ଗିଲ୍ ଦମଦାର ବ୍ୟାଟିଂ କରିଛନ୍ତି। ଉଭୟ ଶତକ ହାସଲ କରିବା ସହ ପ୍ରଥମ ୱିକେଟ ପାଇଁ ୨୧୨ ରନ ଯୋଡ଼ିଥିଲେ। ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫୪ ଓ ମଧ୍ୟକ୍ରମରେ ବିରାଟ କୋହଲିଙ୍କ ୨୭ ବଲରେ ୩୬ ରନ ଯୋଗୁ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୮୫ ରନ କରିଛି। ଭାରତ ପକ୍ଷରୁ ଶୁବମନ ଗିଲ୍ ୧୧୨ ରନର ଇନିଂସ ଖେଳିଥିବା ବେଳେ ରୋହିତ ୧୦୧ ରନ କରିଛନ୍ତି। ନିଉଜ଼ଲାଣ୍ଡ ର ପେସ ବୋଲର ଲକି ଫର୍ଗୁସନ ୫୩ ରନ ଦେଇ ୨ ଟି ଉଇକେଟ ହାସଲ କରିଛନ୍ତି | ଫଳରେ ଦିନିକିଆ ସିରିଜ୍ ହାରି ସାରିଥିବା ନ୍ୟୁଜିଲ୍ୟାଣ୍ଡକୁ ଶେଷ ମ୍ୟାଚରେ ସମ୍ମାନ ରକ୍ଷା କରିବାକୁ ୩୮୬ ରନର ଟାର୍ଗେଟ ମିଳିଛି।