Home >
ଆଇପିଏଲ୍‌: ଛକା ମାରିଲେ ରଜତ ପାଟିଦାର, ବଲ୍ ଯାଇ ବରିଷ୍ଠ ପ୍ରଶଂସକଙ୍କ ମୁଣ୍ଡରେ ପଡ଼ିଲା
Khabar Odisha:IPL-cricket-Rajat-Patidar-six-hits-an-old-fan-against-Punjab-Kings-in-IPL

ମୁମ୍ବାଇ ମେ ୧୪ (ଖବର ଓଡ଼ିଶା): ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଂଜାବ କିଙ୍ଗ୍‌ସ ମଧ୍ୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ୬୦ତମ ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟାଚରେ ବାଙ୍ଗାଲୋରର ଶୋଚନୀୟ ପରାଜୟ ହୋଇଛି । ମ୍ୟାଚ୍‌ରେ ପ୍ରଶଂସକଙ୍କୁ ଅନେକଗୁଡ଼ିଏ ଚୌକା ଓ ଛକା ଦେଖିବାକୁ ମିଳିଛି । କିନ୍ତୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବ୍ୟାଟର ରଜତ ପାଟିଦାରଙ୍କ ଏକ ଛକା ଜଣେ ପ୍ରଶଂସକଙ୍କ ପାଇଁ ମହଙ୍ଗା ପଡ଼ିଛି । କାରଣ ଏହି ସର୍ଟ ସିଧାସଳଖ ଯାଇ ପ୍ରଶଂସକଙ୍କ ମୁଣ୍ଡରେ ବାଜିଛି । 

ରଜତ ପାଟିଦାର ଏହି ମ୍ୟାଚ୍‌ରେ ୨୧ଟି ବଲ୍ ଖେଳି ୨୬ ରନ୍ କରିଥିଲେ । ସେ ଗୋଟିଏ ଚୌକା ଓ ୨ଟି ଛକା ମାରିଥିଲେ । କିନ୍ତୁ ତାଙ୍କର ଗୋଟିଏ ଛକା ଯାଇ ସିଧାସଳଖ ଜଣେ ପ୍ରଶଂସକଙ୍କର ମୁଣ୍ଡରେ ବାଜିଥିଲା । ବାଙ୍ଗାଲୋର ପାଳିର ୯ମ ଓଭର ହରପ୍ରୀତ ବ୍ରାର କରୁଥିଲେ । ୪ର୍ଥ ବଲକୁ ରଜନ ଛକା ମାରିଥିଲେ । ଏହି ବଲ୍ ଯାଇ ସର୍ଟ ଷ୍ଟାଣ୍ଡରେ ବସିଥିବା ବରିଷ୍ଠ ପ୍ରଶଂସକଙ୍କ ମୁଣ୍ଡରେ ପଡ଼ିଥିଲା । ଅନ୍ୟ ଖେଳାଳିମାନେ ଏହା ଦେଖି ଚିନ୍ତାରେ ପଡ଼ିଯାଇଥିଲେ । 

ସୂଚନାଯୋଗ୍ୟ, ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମ୍‌ରେ ଶୁକ୍ରବାର ପଂଜାବ ପ୍ରଥମେ ବ୍ୟାଟିଂ କରି ୯ଟି ୱିକେଟ୍ ବିନିମୟରେ ୨୦୯ ରନ୍ ସଂଗ୍ରହ କରିଥିଲା । ଜବାବରେ ରୟାଲ ଚ୍ୟାଲେଞ୍ଜର୍ସ ୯ଟି ୱିକେଟ୍ ହରାଇ ୧୫୫ ରନ୍‌ରୁ ଆଗକୁ ବଢ଼ିପାରି ନଥିଲା । ଫଳରେ ପଂଜାବ କିଙ୍ଗ୍‌ସ ଏହି ମ୍ୟାଚ୍‌କୁ ୫୪ ରନ୍‌ରେ ଜିତିନେଇଥିଲା ।

 

  • Tags:

Subscribe

National International State Sports Entertainment