Home >
ଦେଶରେ ଏପର୍ଯ୍ୟନ୍ତ କେତେ ଲୋକଙ୍କୁ ସଂକ୍ରମିତ କରିଛି କରୋନା, ଜାଣିବାକୁ ଜାତୀୟ ସ୍ତରରେ ହେବ ସେରୋଲୋଜିକାଲ ସର୍ଭେ
Khabar Odisha:ICMR-to-start-national-sero-surveys-to-assess-Covid-19-spread-says-Health-ministry

ନୂଆଦିଲ୍ଲୀ, ଜୁନ୍ ୧୧ (ଖବର ଓଡ଼ିଶା): ଏବେ ପୁରା ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ହୋଇଛି । ଧିରେ ଧିରେ କରୋନାର ପ୍ରକୋପ କମୁଥିବା ବେଳେ ପୁଣି ଭୟ ଦେଖାଇଛି କରୋନାର ତୃତୀୟ ଲହର । ଏହାରି ମଧ୍‌ୟରେ ଏପର୍ଯ୍ୟନ୍ତ ପୁରା ଦେଶରେ କେତେ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି ତାହା ଜାଣିବା ପାଇଁ ଖୁବ୍ ଶୀଘ୍ର ଜାତୀୟ ସ୍ତରରେ ହେବାକୁ ଯାଉଛି ସେରୋଲୋଜିକାଲ ସର୍ଭେ ।

ଦେଶରେ କରୋନା ସଂକ୍ରମଣର ଘନତ୍ୱ ଜାଣିବା ପାଇଁ ଏହି ସେରୋ ସର୍ଭେ କରାଯିବ ବୋଲି ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡା. ଭିକେ ପଲ୍ ସୂଚନା ଦେଇଛନ୍ତି । ପ୍ରକୃତରେ କରୋନା ଭୂତାଣୁ ଏପର୍ଯ୍ୟନ୍ତ କେତେ ଲୋକଙ୍‌କୁ ଆକ୍ରାନ୍ତ କରିଛି ତାହା ଗବେଷଣା କରିବା ପାଇଁ ଏହି ସେରୋ ସର୍ଭେ କରାଯିବ ବୋଲି ଜଣା ପଡିଛି ।

ଜାତୀୟ ସ୍ତରରେ ହେବାକୁ ଥିବା ଏହି ସର୍ଭେରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକରେ ସରୋଲୋଜିକାଲ ସର୍ଭେ କରାଯିବ । ଏହା ବ୍ୟତୀତ ରାଜ୍ୟ ମାନେ ମଧ୍‌ୟ ଏହାକୁ ଗୁରୁତର ସହ ନେଇ ନିଜ ରାଜ୍ୟ ମାନଙ୍କରେ କରୋନା ସଂକ୍ରମଣର ଘନତ୍ୱ ସ୍ପଷ୍ଟ ହେବା ପାଇଁ ଏହି ସେରୋ ସର୍ଭେ କରାଇବା ଆବଶ୍ୟକ ବୋଲି ଡା. ପାଲ୍ ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment