ଆଜିଠୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ,ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ୩୧ରେ ପ୍ରକାଶ ଭୁବନେଶ୍ବର, ଅଗଷ୍ଟ 11(ଖବର ଓଡ଼ିଶା): Share story: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ (ସ୍ନାତକ) ପ୍ରଥମବର୍ଷ ନାମଲେଖା ପାଇଁ ଆବେଦନ ଆଜିଠୁ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଚଳିତ ମାସ ୩୧ରେ ପ୍ରକାଶ ପାଇବ । ସେପ୍ଟେମ୍ବର ୨ରୁ ୫ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେପ୍ଟେମ୍ବର ୧୨ରୁ ୧୪ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ୧୬ ତାରିଖରେ ଖାଲି ଥିବା ସିଟ୍ ସମ୍ପର୍କରେ ତାଲିକା ଅପରାହ୍ଣ ୨ଟାରେ କଲେଜଗୁଡ଼ିକର ସାମ୍ସ ଇ-ସ୍ପେସ୍ରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଚଳିତବର୍ଷ ରାଜ୍ୟରେ ୨ ଲକ୍ଷ ୪୯ ହଜାର ୩୮୯ ସିଟ୍ରେ ନାମଲେଖା ହେବ । ସେଥିମଧ୍ୟରୁ ଯୁକ୍ତ ତିନି ପ୍ରଥମ ବର୍ଷ କଳାରେ ୧ଲକ୍ଷ ୩୯ହଜାର ୬୯୭ ସିଟ୍ ଥିବା ବେଳେ ଫିଜିକାଲ୍ ସାଇନ୍ସରେ ୪୨ ହଜାର ୧୫, ବାୟୋଲୋଜିକାଲ୍ ସାଇନ୍ସରେ ୨୬ହଜାର ୬୦୪, ଖବର ଓଡ଼ିଶା, Reporter, 11/08/2022