ପଞ୍ଜାବ କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲଙ୍କୁ ମିଳିଲା ନୁଆ ଦାୟିତ୍ୱ ନୂଆଦିଲ୍ଲୀ, ନଭେମ୍ବର 21(ଖବର ଓଡ଼ିଶା) Share story: ପଞ୍ଜାବ କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲଙ୍କୁ ମିଳିଲା ନୁଆ ଦାୟିତ୍ୱ।ସେ ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।ପଞ୍ଜାବର ସବୁଠାରୁ ବରିଷ୍ଠ ଆଇଏଏସ ଅଧିକାରୀ ଥିଲେ ଅରୁଣ । ୧୯୮୫ ବ୍ୟାଚ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହ ନିର୍ବାଚନ ପ୍ୟାନେଲରେ ସାମିଲ ହେବେ ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି ।ଗତ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଥିଲେ ଗୋଏଲ। ଅବସରର ୪୦ ଦିନ ପୂର୍ବରୁ ସେ ଇସ୍ତଫା ଦେଇଥିଲେ । ପଞ୍ଜାବ ଓ କେନ୍ଦ୍ର ସରକାର ଗୋଟିଏ ଦିନରେ ତାଙ୍କ ଇସ୍ତଫା ସ୍ବୀକାର କରିଥିଲେ । ଖବର ଓଡ଼ିଶା, Reporter, 21/11/2022