Home >
ଦିଲ୍ଲୀ ନଯିବା ପାଇଁ 30 ଦିନ ମଧ୍ୟରେ ଉତ୍ତର ଦେବାକୁ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ସଚିବ ଆଲାପାନ୍ ବାନ୍ଦୋପାଧ୍ୟାୟଙ୍କୁ ନୋଟିସ୍ ଜାରି କଲେ କେନ୍ଦ୍ର ସରକାର
Khabar Odisha:Former-Bengal-chief-secy-Alapan-Bandyopadhyay-gets-30-days-to-explain-failure-to-report-to-Delhi

ନୂଆଦିଲ୍ଲୀ,ଜୁନ୍ 21(ଖବର ଓଡ଼ିଶା):ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ସଚିବ ଆଲାପାନ୍ ବାନ୍ଦୋପାଧ୍ୟାୟଙ୍କୁ ପୁଣି ଏକ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର। ଏହି ଚିଠିରେ ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ ଅବସରପ୍ରାପ୍ତ ଆଇଏଏସ ଅଧିକାରୀଙ୍କୁ କହିଛନ୍ତି ଯେ ମେ 31 ରେ ନୂଆଦିଲ୍ଲୀକୁ ରିପୋର୍ଟ ନକରିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ପଶ୍ଚିମବଙ୍ଗର ସିଏମ୍ ମମତା ବାନାର୍ଜୀଙ୍କ ବର୍ତ୍ତମାନ ଜଣେ ବିଶେଷ ପରାମର୍ଶଦାତା ଥିବା ଆଲାପନ୍ ବାନ୍ଦୋପାଧ୍ୟାୟଙ୍କୁ 30 ଦିନ ମଧ୍ୟରେ ଏହି ଚିଠିର ଉତ୍ତର ଦେବାକୁ କୁହାଯାଇଛି। ବାନ୍ଦୋପାଧ୍ୟାୟଙ୍କୁ ନିଜର ପକ୍ଷ ଉପସ୍ଥାପନ କରିବାକୁ କିମ୍ବା ଏହାର ପରିଣାମର ସମ୍ମୁଖୀନ ହେବାକୁ କୁହାଯାଇଛି।

ଘଟଣାକ୍ରମରେ ମେ 28 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସାମୁଦ୍ରିକ ଝଡ "ୟାସ୍" ଉପରେ ଏକ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ଛାଡି ଚାଲିଯିବା  ଅଭିଯୋଗ ସହିତ ପ୍ରଧାନମନ୍ତ୍ରୀଙ୍କ ଗାରିମାକୁ କ୍ଷୁର୍ଣ୍ଣ କରିବାର ଅଭିଯୋଗ ହୋଇଥିଲା।

ଏହି ଘଟଣାର ସନ୍ଧ୍ୟାରେ କେନ୍ଦ୍ର ସରକାର  ବାନ୍ଦୋପାଧ୍ୟାୟଙ୍କୁ ନୋଟିସ ଜାରି କରି ତାଙ୍କୁ ମେ 31 ରେ କେନ୍ଦ୍ରୀୟ ପ୍ରତିନିଧୀ ପାଇଁ ନୂଆଦିଲ୍ଲୀକୁ ରିପୋର୍ଟ କରିବାକୁ କହିଥିଲେ। ତେବେ ସେ ଦିଲ୍ଲୀ ନଯାଇ ନିଜ ଆଇଏସ ପଦବିରୁ ଇସ୍ତଫା ଦେବା ସହ ମମତା ବାନାର୍ଜୀଙ୍କ ସ୍ବତନ୍ତ୍ର ପରାମର୍ଶଦାତା ଭାବରେ ମମତାଙ୍କ ସହ ଯୋଗ ଦେଇଥିଲେ।

  • Tags:

Subscribe

National International State Sports Entertainment