Home >
ଅଗ୍ନିକାଣ୍ଡରେ ଜଳିଗଲା ପାଂଚ ବଖରା ଘର
Khabar Odisha:Five-houses-were-gutted-in-the-blaze
ଭଦ୍ରକ, ନଭେମ୍ବର ୨୨ (ଖବର ଓଡ଼ିଶା):

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ପାଂଚ ବଖରା ଘର । ଏଭଳି ଅଘଟଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କୃଷ୍ଣପୁର ପଂଚାୟତ ନାୟକ ସାହିର ୧ ନମ୍ବର ୱାର୍ଡରେ । ଏହି ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୫ବଖରା ଘର ଜଳିଯାଇଛି । ଅଗ୍ନିକାଣ୍ଡରେ ଭଗବାନ ନାୟକଙ୍କ ଘର ଜଳିଯାଇଥିବାବେଳେ ବଳରାମ ନାୟକ ଓ ସୀତାରାମ ନାୟକଙ୍କ ଘର ଆଂଶିକ ଜଳି ଯାଇଥିବା ଜଣାପଡିଛି । ଭଗବାନ ନାୟକଙ୍କ ସ୍ତ୍ରୀ ଘର ଭିତରେ ରୋଷେଇ କରୁଥିବାବେଳେ ମଥାନରେ ନିଆଁ ଲାଗିଥିବା ଦେଖି ପ୍ରାଣ ବିକଳରେ ବାହାରକୁ ଦଉଡି ପଳାଇ ଆସିଥିଲେ । ଦଉଡି ଆସୁଥିବାବେଳେ ନିଆଁ ତାଙ୍କ ଉପରେ ଖସି ଆହତ ହେଇଥିଲେ । ଚିତ୍କାର ଶୁଣି ପାଖ ପଡୋଶୀ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଖବର ପାଇ ବାସୁଦେବପୁର ଅଗ୍ନିଶମ ବିଭାଗ ପହଂଚିବାବେଳକୁ ସବୁ କିଛି ପୋଡି ପାଉଁଶ ହେଇଯାଇଥିଲା । କେବଳ ପିନ୍ଧା ଲୁଗା ବ୍ୟତୀତ ଅନ୍ୟ କୌଣସି ଆସବା ପତ୍ର ବାହାରକୁ କାଢି ପାରିନଥିଲେ । ଧାନ ଚାଉଳ, ଘରର ଆସବାପତ୍ର ସହିତ ସମସ୍ତ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି । ତୁରନ୍ତ ଏହି ଅଗ୍ନି ବିପନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

  • Tags:

Subscribe

National International State Sports Entertainment