ବହୁ ଚର୍ଚ୍ଚିତ ମଞ୍ଜିତ ସିଂ ହତ୍ୟା ମାମଲାରେ ବାପ-ପୁଅଙ୍କୁ ୮ ବର୍ଷ ସଶ୍ରମ କାରାଦଣ୍ଡ ଓଡିଶା, ମେ ୧୬ (ଖବର ଓଡ଼ିଶା) Share story: ଚମ୍ପୁଆର ବହୁ ଚର୍ଚ୍ଚିତ ମଞ୍ଜିତ ସିଂ ଓରଫ ଜିମି ହତ୍ୟା ମାମଲାରେ ବାପ-ପୁଅଙ୍କୁ ୮ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ଏଥିସହ ଉଭୟଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ଜରିମାନା ଅର୍ଥ ଅନାଦେୟ ଅଧିକ ୬ ମାସ ଜେଲ ପାଇଁ ରାୟରେ କୁହାଯାଇଛି । ଆସାମୀ ଦ୍ବୟ ହେଲେ ବାପା ବାଙ୍କା ବେହେରା ଓ ପୁଅ ବସନ୍ତ ବେହେରା । ଗତ ୩୦.୧୦.୨୦୧୬ କାଳୀ ପୂଜା ଦିନ ଏହି ହତ୍ୟାକାଣ୍ଡ ଘଟିଥିଲା । ଚମ୍ପୁଆ ରଜାବନ୍ଧର ବସନ୍ତ ବେହେରାଙ୍କ ପତ୍ନୀଙ୍କୁ ମଞ୍ଜିତ, ପ୍ରେମ ନିବେଦନ କରିବା ନେଇ ଏହି ହତ୍ୟାକାଣ୍ଡ ଘଟିବା ସେତେବେଳେ ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । ଖବର ଓଡ଼ିଶା, Reporter, 16/05/2022