Home >
ଫିଫା ବିଶ୍ୱକପ୍‌:କ୍ୱାର୍ଟର ଫାଇନାଲ୍‌ରେ ବ୍ରାଜିଲ ଓ କ୍ରୋଏସିଆ
Khabar Odisha:FIFA-World-Cup-2022-Brazil-beat-South-Korea
New Delhi:06.12.2022

ଚଳିତ ଫିଫା ବିଶ୍ୱକପ୍‌ରେ ଚିତ୍ତାକର୍ଷକ ବିଜୟ ସହ ପ୍ରଥମ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ୫ଥର ବିଶ୍ୱ ଚାମ୍ପିଅନ ବ୍ରାଜିଲ ଓ ଗତଥର ର ରନର୍ସ ଅପ୍‌ କ୍ରୋଏସିଆ । ଅନ୍ୟ ପଟରେ ଦୁଇ ଏସୀୟ ଦଳ ଜାପାନ ଓ ଦକ୍ଷିଣ କୋରିଆର ବିଶ୍ୱକପ ରେ ଯାତ୍ରା ଶେଷ ହୋଇଛି । ଆସନ୍ତା ୯ ରେ ବ୍ରାଜିଲ୍‌ ଓ କ୍ରୋଏସିଆ ମଧ୍ୟରେ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ ଖେଳାଯିବ ।

ସୋମବାର ଅଲ୍‌ ଜାନୌବ ଷ୍ଟାଡିୟମ୍‌ରେ କ୍ରୋଏସିଆ ଓ ଜାପାନ ର ମୁକାବିଲା ତୀବ୍ର ସଂଘର୍ଷପୂର୍ଣ୍ଣ ରହିଥିଲା । ନିର୍ଦ୍ଧାରିତ ୯୦ ମିନିଟ୍‌ରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ । ଅତିରିକ୍ତ ୩୦ ମିନିଟ୍‌ରେ ଗୋଲ୍‌ ହୋଇ ନଥିଲା କିନ୍ତୁ  ଶେଷରେ ଟାଇବ୍ରେକର ସହାୟତା ନିଆଯାଇଥିଲା । ଏଥିରେ କ୍ରୋଏସିଆ ୩-୧ ପେନାଲ୍ଟି ଗୋଲ୍‌ରେ ଜାପାନକୁ ହରାଇଥିଲା । ଅନ୍ୟ ଏକ ମ୍ୟାଚ୍‌ରେ ବ୍ରାଜିଲ ୪-୧ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା । ଦଳ ପକ୍ଷରୁ ସାତ ମିନିଟ୍‌ରେ ଭିନିସିୟସ ଜୁନିୟର, ୧୩ ମିନିଟ୍‌ରେ ନେୟମାର (ପେନାଲ୍ଟି), ୨୯ ମିନିଟ୍‌ରେ ରିଚାର୍ଲିସନ ଓ ୩୬ତମ ମିନିଟ୍‌ରେ ଲୁକାସ ପାକ୍ୱେଟା ଗୋଲ୍‌ କରିଥିଲେ । 

Subscribe

National International State Sports Entertainment