ବରେଲି: କୁହୁଡ଼ି ଯୋଗୁଁ ନୈନିତାଲ ରାଜପଥରେ ଭୟଙ୍କର ଦୁର୍ଘଟଣା ଘଟିଛି। ଆଜି ସକାଳ ପ୍ରାୟ ସାଢ଼େ ୭ଟାବେଳେ ଏକ ଡଜନରୁ ଅଧିକ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଶ୍ରୀରାମ ମୂର୍ତ୍ତି ମେମୋରିଆଲ ମେଡିକାଲ କଲେଜର ଏକ ବସ୍ ମଧ୍ୟ ରହିଛି। ଏହି ଦୁର୍ଘଟଣାରେ ଏକ ଘରୋଇ ହସ୍ପିଟାଲର ଆମ୍ବୁଲାନ୍ସ ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୨ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି। ଆହତମାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ନୈନିତାଲ ରାଜପଥର ଜାଦୋପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଯେଉଁଥିରେ ଏକ ଟ୍ରକ୍ ଓ କିଛି ଗାଡ଼ି ଦୁର୍ଘଟଣାର ସାମ୍ନା କରିଛି। ଗାଡ଼ିର ଲମ୍ବା ଧାଡ଼ି ପରସ୍ପର ସହ ମୁହାଁମୁହିଁ ହେଉଛି। ସମସ୍ତ ଆହତଙ୍କୁ ଶ୍ରୀରାମ ମୂର୍ତ୍ତି ମେମୋରିଆଲ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଛି।
ଅଧିକ ପଢ଼ନ୍ତୁ: ଝାନ୍ସୀ ମେଡିକାଲ ଅଗ୍ନିକାଣ୍ଡ: ଚିକିତ୍ସାଧୀନ ୩ ଶିଶୁଙ୍କ ମୃତ୍ୟୁ