Home >
କରୋନା କାଳରେ ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର, ବିଶ୍ୱର ଶ୍ରେଷ୍ଠ 100 ସହର ମଧ୍ୟରେ ଭାରତର ଏକମାତ୍ର ସହରଭାବେ ସ୍ଥାନ ପାଇଲା ଦିଲ୍ଲୀ
Khabar Odisha:Delhi-is-the-only-city-in-India-to-be-ranked-among-the-top-100-cities-in-the-world
ନୂଆଦିଲ୍ଲୀ, ନଭେମ୍ବର ୨୨ (ଖବର ଓଡ଼ିଶା):

କରୋନା ଭାଇରସ ମହାମାରୀ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ଏକ ଖୁସି ଖବର ଦେଇଛନ୍ତି । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଏକ ଟ୍ୱିଟର ପୋଷ୍ଟକୁ ରିଟ୍ୱିଟ କରି କେଜ୍ରିୱାଲ ଲେଖିଛନ୍ତି ଯେ "ସମସ୍ତ ଦିଲ୍ଲୀର ଲୋକଙ୍କ ପାଇଁ ଖୁସି ଖବର । ଗତ ଛଅ ବର୍ଷ ମଧ୍ୟରେ ସମସ୍ତ ଦିଲ୍ଲୀବାସୀ ଏତେ ପରିଶ୍ରମ କରିଛନ୍ତି ଯେ ଆଜି ସମଗ୍ର ବିଶ୍ୱ ଦିଲ୍ଲୀର ସକରାତ୍ମକ ପରିବର୍ତ୍ତନ କୁ ଦେଖୁଛି  ।

ବାସ୍ତବରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ନିଜ ଟ୍ୱିଟରରେ ବିଶ୍ୱର ସର୍ବୋତ୍ତମ ସହରଗୁଡିକର ଏକ ବାର୍ଷିକ ରିପୋର୍ଟ ସେୟାର କରିଛନ୍ତି । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟୁଇଟ୍ କରି କହିଛନ୍ତି "ଦିଲ୍ଲୀର ସମସ୍ତ ଗୌରବମୟ ଲୋକଙ୍କୁ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱକୁ ଅଭିନନ୍ଦନ । ଆମର ପ୍ରିୟ ଦିଲ୍ଲୀ ଦୁନିଆର ସର୍ବୋତ୍ତମ ସହର ମଧ୍ୟରେ 62 ତମ ସ୍ଥାନରେ ରହିଛି। ଏହି ତାଲିକାରେ ଦିଲ୍ଲୀ ଏକମାତ୍ର ଭାରତୀୟ ସହର। ପୂର୍ବ ର଼୍ୟାଙ୍କିଙ୍ଗରେ ଦିଲ୍ଲୀ 81 ତମ ସ୍ଥାନରେ ରହିଥିଲା ''

'2021 ପାଇଁ ବିଶ୍ୱର ସର୍ବୋତ୍ତମ ସହର' ରିପୋର୍ଟ ଅନୁଯାୟୀ ଦିଲ୍ଲୀ ଏହି ତାଲିକାରେ 62 ତମ ସ୍ଥାନରେ ରହିଛି। ରେଜୋନାନ୍ସ କନସଲଟାନ୍ସି ଲିମିଟେଡ୍ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ଜାତୀୟ ରାଜଧାନୀ ଦିଲ୍ଲୀକୁ 62 ତମ ସ୍ଥାନରେ ରଖିଛି ଏବଂ ଏହି ତାଲିକାରେ ଏକମାତ୍ର ଭାରତୀୟ ସହର ଭାବେ ଦିଲ୍ଲୀ ସ୍ଥାନ ପାଇପାରିଛି ।

ଏହି ର଼୍ୟାଙ୍କିଙ୍ଗରେ, 1 ମିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ବିଶ୍ୱର 100 ଟି ସହର ସ୍ଥାନିତ ହୋଇଛି | 25 ଟି ବର୍ଗକୁ ଲକ୍ଷ କରି ଏହି ସହର ମାନଙ୍କୁ ବିଭିନ୍ନ ସ୍ଥାନ ଦିଆଯାଇଛି | ଯେଉଁଥିରେ ସୋସିଆଲ ମିଡିଆ ହ୍ୟାସଟ୍ୟାଗ, ଚେକ୍ ଇନ୍ ସଂଖ୍ୟା, ବିବିଧତା, ପର୍ଯ୍ୟଟନ ସ୍ଥଳୀ ଏବଂ ପାଣିପାଗ ଅନ୍ତର୍ଭୁକ୍ତ | ଏଥିରେ କୋଭିଡ -19 ପରିବର୍ତ୍ତନ, ଜୁଲାଇରେ ଆୟ ଏବଂ ବେକାରୀ ଭଳି ବିଭିନ୍ନ ବିଷୟ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଥିଲା |

ତେବେ ଆସନ୍ତୁ ନଜର ପକାଇବା 2021 ପାଇଁ ବିଶ୍ୱର ଶ୍ରେଷ୍ଠ 10 ସହରର ତାଲିକା ଉପରେ -

1. ଲଣ୍ଡନ୍

2. ନ୍ୟୁୟର୍କ

3. ପ୍ୟାରିସ୍

4. ମସ୍କୋ

5. ଟୋକିଓ

6. ଦୁବାଇ

7. ସିଙ୍ଗାପୁର

8. ବାର୍ସିଲୋନା

9. ଲସ୍ ଆଞ୍ଜେଲସ୍

10. ମାଡ୍ରିଡ୍

  • Tags:

Subscribe

National International State Sports Entertainment