ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏକାଡେମିକ କାଉନସିଲ ଶୁକ୍ରବାର ଗୋଟିଏ ସଂକଳ୍ପ ପାରିତ କରି ପାକିସ୍ତାନର ଜାତୀୟ କବି ମହମ୍ମଦ ଇକବାଲ ଓରଫ ଆଲାମ ଇକବାଲଙ୍କ ଉପରେ ଲେଖାଥିବା ବିଷୟବସ୍ତକୁ ହଟାଇବାକୁ ନିଷ୍ପତ୍ତି ନେଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତର ପ୍ରଖ୍ୟାତ ସଂଗୀତ ସାରେ ଜାହାଁ ସେ ଆଚ୍ଛାର ରଚୟିତା ଥିଲେ ଇକବଲ ।
ଆଲାମା ଇକବଲ ନାମରେ ବି ଜଣାଶୁଣା ଇକବଲ ଅବିଭକ୍ତ ଭାରତର ସିଆଲକୋଟରେ ୧୮୭୭ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କୁ ପାକିସ୍ତାନ ସୃଷ୍ଟିର ଜନ୍ମଦାତା ଭାବେ ମଧ୍ୟ ବିବେଚନା କରାଯାଏ। ବିଏର ୬ଷ୍ଠ ସେମିଷ୍ଟରରେ ମର୍ଡନ ଇଣ୍ଡିଆନ ପଲଟିକାଲ ଥଟସ ନାଁରେ ଗୋଟିଏ ବିଷୟବସ୍ତୁ ରହିଛି। ଏଥିରେ ଇକବାଲଙ୍କ ବିଷୟରେ ମଧ୍ୟ ଉଲ୍ଲେଖ ରହିଥିଲା। ଏବେ ଏହାକୁ ହଟାଇବାକୁ ଗୋଟିଏ ସଂକଳ୍ପ ପାରିତ କରାଯାଇଛି। ଏହି ପ୍ରସଙ୍ଗକୁ ଏବେ ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହୀ ପରିଷଦରେ ଉପସ୍ଥାପନ କରାଯିବ। ଏହାପରେ ଇକବାଲଙ୍କ ବିଷୟରେ ପିଲାମାନେ ପଢ଼ିବେ କି ନାହିଁ, ତା’ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବିଶ୍ବବିଦ୍ୟାଳୟର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି ଏବିଭିପି । ପାଠ୍ୟପୁସ୍ତକରେ ରାମ ମୋହନ ରୟ, ପଣ୍ଡିତ ରମାବାଈ, ସ୍ବାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧି, ବି.ଆର. ଆମ୍ବେଦକରଙ୍କ ନାମ ସ୍ଥାନୀତ ରହିଥିବାବେଳେ ଇକବଲଙ୍କୁ ଟାର୍ଗେଟ କରାଯାଇଛି ।