Home >
ଜନବସତି ମୁଁହା ବନ୍ୟପଶୁ, ଉଦ୍ଧାର କଲେ ଗ୍ରାମବାସୀ
Khabar Odisha:Deer-rescued-in-Bramhagiri
ଖବର ଓଡିଶା : 18/03/2023

 ହରିଣକୁ ଉଦ୍ଧାର କଲେ ଗ୍ରାମବାସୀ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସାନପାଟଣା ଗାଁରୁ ଏହି ହରିଣ ଉଦ୍ଧାର ହୋଇଛି। ଖାଦ୍ୟ ଅନ୍ବେଷଣରେ ଗାଁକୁ ପଳେଇ ଆସିଥିବା ହରିଣଟି ଗାଁ ଠାରେ ଥିବା ତ୍ରିନାଥ ମନ୍ଦିର ଗେଟ ଭିତରେ ମୁଣ୍ଡ ଗଳାଇ ପଶିଯାଇଥିଲା | ମୁଣ୍ଡଟି ଗେଟ୍ରୁ ବାହାରକୁ ଆଉ ବାହାରି ପାରିନଥିଲା । ମନ୍ଦିର ପୂଜକ ହରିଣଟିକୁ ଦେଖି ଗାଁ ଲୋକଙ୍କୁ ଡାକିଥିଲେ । ଲୋକେ ଗେଟ୍ କାଟି ହରିଣକୁ ସୁରକ୍ଷିତଭାବେ ବାହାରକୁ ବାହାର କରିଥିଲେ । ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ହରିଣକୁ ଉଦ୍ଧାର କରିଛି । ଦୁଃଖର ବିଷୟ ଏହାଯେ ବ୍ରହ୍ମଗିରି ରେଞ୍ଜ ଅଞ୍ଚଳରେ ଜଙ୍ଗଲ ଲୋପ ଦିନ କୁ ଦିନ ପାଉଥିବାରୁ ଏବେ ଜଙ୍ଗଲ ଛାଡି ଜନବସତି ମୁହାଁ ହେଲେଣି ଜଙ୍ଗଲୀ ବନ୍ୟଜନ୍ତୁ | କିନ୍ତୁ ସରକାର ସେମାନଙ୍କର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ରହିଛି |

Subscribe

National International State Sports Entertainment