Home >
ଲୋକପ୍ରିୟ ଡିଜେ ଆଜେକ୍ସଙ୍କ ସନ୍ଦେହ ଜନକ ମୃତ୍ୟୁ :ଖାରବେଳ ନଗର ସ୍ଥିତ ଘରୁ ମୃତଦେହ ଉଦ୍ଧାର
Khabar Odisha:DJ-Azex-found-dead-at-residence-in-Bhubaneswar
ଖବର ଓଡିଶା : 19/03/2023:

ଲୋକପ୍ରିୟ ଡିଜେ ଆଜେକ୍ସ ଙ୍କ ସନ୍ଦେହ ଜନକ ମୃତ୍ୟୁ। ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ଘରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତାଙ୍କର ପ୍ରକୃତ ନାଁ ଅକ୍ଷୟ କୁମାର ହୋଇଥିବା ବେଳେ DJ Azex ନାଁରେ ସେ ବେଶ୍‌ ଜଣାଶୁଣା। ତେବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କେଉଁଭଳି ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାହା ଜଣାପଡ଼ିନି। ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି | ତେବେ ଏକ ବେଡ଼ସିଟ ରେ ସେ ଆତ୍ମହତ୍ୟା କରିଛନ୍ତି | ପୋଲିସ୍‌ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ ପଠାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ଏହାସହ ଖଣ୍ଡଗିରି ପୋଲିସ୍ ମାମଲାର ତଦନ୍ତ କରୁଛି। ସାରା ରାଜ୍ୟରେ ଡିଜେ ଆଜେକ୍ସଙ୍କ ଶୋ’ର ଦିୱାନା ଥିଲେ ଯୁବପିଢ଼ି।

Subscribe

National International State Sports Entertainment