Home >
କେନ୍ଦୁଝର ଯୁବକଙ୍କୁ ଥାନା ଭିତରେ ନିସ୍ତୁକ ମାଡ ମାରିବା ଘଟଣା, ମାଡ ମାରିଥିବା ଥାନା ଅଧିକାରୀ ସଂନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ୱିତ କଲେ ପୋଲିସ ଡିଜି
Khabar Odisha:DGP-has-placed-Inspector-Sandhya-Rani-Jena-IIC-Patna-PS-of-Keonjhar-dist-under-suspension
ଭୁବନେଶ୍ୱର, ମେ ୨୩ (ଖବର ଓଡ଼ିଶା):

ଯୁବକକୁ ଥାନା ପରିସରରେ ମାଡ ମାରିବା ଭାରି ପଡିଲା ମହିଳା ଥାନା ଅଧିକାରୀଙ୍କୁ । ଘଟଣା ନେଇ ଚାରିଆଡୁ ଅସନ୍ତୋଷ ବଢିବା ପରେ ମହିଳା ଥାନା ଅଧିକାରୀ ସଂନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ୱିତ କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ।

ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ କେନ୍ଦୁଝର ପାଟଣା ଥାନା IIC ସଂଧ୍ୟାରାଣୀ ଜେନାଙ୍କୁ ଜମିବାଡି ବିବାଦକୁ ସମାଧାନ କରିବା ନେଇ ଗୋଟିଏ ପକ୍ଷରୁ ଜଣେ ଯୁବକକୁ ଥାନାକୁ ଡକାଇ ନିର୍ଦ୍ଧୁମ ମାଡ ମାରିଥିଲେ ହେଲେ ଏହି ମାଡ ମରାଯିବା ବେଳର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା ଏହା ପରେ ସବୁଆଡୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନେଇ ସ୍ୱର ଉଠିଥିଲା ।

ରାଜ୍ୟ ମାନବାଧିକାର କମିଶନ ମଧ୍ୟ ଏ ନେଇ କେନ୍ଦୁଝର ଏସପିଙ୍କୁ ରିପୋର୍ଟ ତଲବ କରିଥିଲା । ଏହା ପରେ ବିବାଦ ବଢିବା ପରେ ଆଜି ପୋଲିସ ଡିଜି ଅଭୟ ତାଙ୍କୁ ନିଲମ୍ୱିତ କରାଯାଇଥିବା ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment