Home >
କ୍ରୁଜ ଡ୍ରଗ୍ସ ମାମଲା: ରାୟ ସଂରକ୍ଷିତ ରଖିଲେ କୋର୍ଟ, ୨୦ ରେ ହେବ ଆର୍ଯ୍ୟନ ଖାନଙ୍କ ଜାମିନ ଶୁଣାଣି
Khabar Odisha:Cruise-Drugs-case-Aryan-Khans-bail-hearing-to-be-held-in-court-if-verdict-reserved

ମୁମ୍ବାଇ, ଅକ୍ଟୋବର ୧୪(ଖବର ଓଡିଶା): ଆର୍ଯ୍ୟାନ ଖାନ କ୍ରୁଜ ଡ୍ରଗ୍ସ ମାମଲାରେ କୋର୍ଟ ଏହି ରାୟ ସଂରକ୍ଷିତ ରଖିଛନ୍ତି। ଏହି କାରଣରୁ ଅକ୍ଟୋବର ୨୦ ରେ ଆର୍ଯ୍ୟନ ଖାନଙ୍କ ଜାମିନ ଶୁଣାଣି ହେବ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଅକ୍ଟୋବର ୨୦ ରେ ସକାଳେ ଏହି ରାୟ ପ୍ରଦାନ କରିବାକୁ ଚେଷ୍ଟା କରିବ। ସେ ଯାଏଁ ଜେଲରେ ରହିବେ ।

ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବର୍ତ୍ତମାନ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛନ୍ତି। ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଛି। ଆଜି ପୁଣି କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ଆର୍ଯ୍ୟନଙ୍କ ଜାମିନ ପାଇଁ ତାଙ୍କ ଓକିଲମାନେ ଏପର୍ଯ୍ୟନ୍ତ ଅନେକ ଥର ଜାମିନ ଆବେଦନ କରିଛନ୍ତି, କିନ୍ତୁ ସେହି ଆବେଦନ ପ୍ରତ୍ୟାଖ୍ୟାନ ହୋଇଛି କିମ୍ବା କୌଣସି କାରଣରୁ ଶୁଣାଣି ସ୍ଥଗିତ ରଖାଯାଇଛି। ଏବେ ଆଜି ସମସ୍ତଙ୍କ ଆଖି ପୁଣି ଥରେ କୋର୍ଟଙ୍କ ନିଷ୍ପତ୍ତି ଉପରେ ରହିଛି ।

ମୁମ୍ବାଇର ସେସନ୍ସ କୋର୍ଟରେ ଆର୍ଯ୍ୟଙ୍କ ଡ୍ରଗ୍ସ ମାମଲାର ଶୁଣାଣି ଚାଲିଥିଲା। ଆଜି ମଧ୍ୟ ଯଦି ଆର‌୍ୟ୍ୟନଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରାଯାଏ, ତେବେ ଆଗାମୀ ପାଞ୍ଚ ଦିନ ପାଇଁ ଜାମିନ ପାଇବେ ନାହିଁ, କାରଣ ଅକ୍ଟୋବର ୧୫ ରୁ ଅକ୍ଟୋବର ୧୯ ପର୍ଯ୍ୟନ୍ତ କୋର୍ଟ ଛୁଟିଦିନ ରହିବ।

  • Tags:

Subscribe

National International State Sports Entertainment