Home >
ଆନ୍ଧ୍ରପ୍ରଦେଶରୁ ଜୟପୁର ଚାଲାଣ ବେଲେ ୭୦ ଲକ୍ଷ ଟଙ୍କାର ଗଂଜେଇ ଓ ପିକ୍‌ଅପ ଜବତ
Khabar Odisha:Crime-Koraput-Contraband-worth-70-lakh-seized-in-Koraput-district-transport-from-Andhra-Pradesh

ଭୁବନେଶ୍ୱର, ଅକ୍ଟୋବର ୧୮ (ଖବର ଓଡ଼ିଶା): ପୁଣି ଗଂଜେଇ ବୋଝେଇ ପିକଅପ ପୁଲିସ ଆଗରେ ଧରାପଡ଼ିଛି । ଆନ୍ଧ୍ରପ୍ରଦେଶରୁ ଜୟପୁର ଚାଲାଣ ବେଳେ ଶନିବାର ରାତି ମାଛକୁଣ୍ଡ ପୁଲିସ ୭୦ ଲକ୍ଷ ଟଙ୍କାର ଗଂଜେଇ ସମେତ ପିକଅପ ଭ୍ୟାନ ଜବତ କରିଛି । କୋରାପୁଟ ଜିଲ୍ଲା ଲମତାପାଟପୁ ଅଂଚଳର ଭେଡିବେଡ଼ା ନିକଟରେ ଏହି ଗଂଜେଇ ଜବତ ହୋଇଥିବା ଜଣାଯାଇଛି । ତେବେ ପୁଲିସକୁ ଦେଖି ଗଂଜେଇ ମାଫିଆମାନେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ । 

ସୂଚନା ଅନୁସାରେ ଗତକାଲି ରାତିରେ ଆନ୍ଧ୍ରପ୍ରଦେଶରୁ ବେଆଇନ ଭାବେ ଜୟପୁରକୁ ଗଂଜେଇ ଚାଲାଣ ହେଉଥିବା ନେଇ ପୁଲିସକୁ ବିଶ୍ୱସ୍ତ ସୂଚନା ମିଳିଥିଲା । ମାଛକୁଣ୍ଡ ପୁଲିସ ଗଂଜେଇ ଗାଡ଼ି ପହଂଚିବା ପୂର୍ବରୁ ଭେଡିବେଡ଼ା ଠାରେ ଅପେକ୍ଷା କରିଥିଲା । ଗାଡ଼ିଟି ଘଟଣାସ୍ଥଳକୁ ପହଂଚିବା ପୂର୍ବରୁ ଗଂଜେଇ ମାଫିଆମାନେ ପୋଲିସକୁ ଦେଖି ଅଟକିଯାଇଥିଲେ । ସେମାନେ ଗାଡ଼ିଛାଡ଼ି ସେଠାରୁ ପଳାୟନ କରିଥିଲେ । ପୁଲିସ ଗାଡ଼ିକୁ ତଦନ୍ତ କରିବାରୁ ସେଥିରେ ୭୧୨ କିଲୋ ଗଂଜେଇ ପାଇଥିଲା । 

 

  • Tags:

Subscribe

National International State Sports Entertainment