Home >
ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଗରାବଡୁ ସେବାୟତଙ୍କର ହେବ କରୋନା ଟେଷ୍ଟ
Khabar Odisha:Corona-test-for-garabadu-sevayat-before-snan-purnima
ଭୁବନେଶ୍ୱର, ମେ ୨୩ ( ଖବର ଓଡ଼ିଶା):

 ଗରାବଡୁ ସେବାୟତ ଙ୍କ ର ହେବ କରୋନା ଟେଷ୍ଟ। ସ୍ନାନ ପୂର୍ଣ୍ଣିମାରେ ଗରାବଡୁ ସେବାୟତଙ୍କ ଭୂମିକା ଅଧିକ ତେଣୁ ଏହି ଟେଷ୍ଟ ପାଇଁ ନିଷ୍ପତି ହୋଇଛି ।

ଆଜି ନୀଳାଦ୍ରି ଭକ୍ତ ନିବାସ ପରିସରରେ ୧୭୨ ଜଣ ଗରାବଡୁ ସେବାୟତଙ୍କୁ କୋଭିଡ ସଚେତନତା ବୈଠକ ହୋଇଛି । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସିଡିଏମଓଙ୍କ ସମେ ତ ଶ୍ରୀମନ୍ଦିର ପ୍ରଶାସନର ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । କିଭଳି ଭାବରେ କୋଭିଡ ୧୯ର ଗାଇଡଲାଇନ ମାନି ସଂପୃକ୍ତ ସେବାୟତ ମାନେ ସ୍ନାନପୂର୍ଣ୍ଣମା ଦିନ ଦିନ ତମାମ ନୀତିକାନ୍ତି ସଂପାଦନ କରିବେ ସେ ନେଇ ବୈଠକରେ ଆଲୋଚନା କରାଯାଉଛି । ପବିତ୍ର ସ୍ନାନପୂର୍ଣ୍ଣିମା ଦିନ ଗରାବେଡୁ ସେବାୟତମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ସେମାନଙ୍କୁ କରୋନା ପାଇଁ ସଚେତନ କରାଯାଉଛି । କିଭଳି ସାମାଜିକ ଦୂରତା ବଜାୟ ରଖିବା ସହ ମୁହଁରୁ ମାସ୍କ ପିନ୍ଧି ଅଧିବାସ ଗୃହରୁ ୧୦୮ ଗରା ସୁବାସିତ ଜଳ ସ୍ନାନମଣ୍ଡପ ଉପରକୁ ନେବେ ସେଥିପାଇଁ ସେବାୟତମାନଙ୍କୁ ତାଲିମ ଦିଆଯାଉଛି ।

ମୋଟ ୧୭୨ ଜଣଙ୍କ ଟେଷ୍ଟ କରାଯିବ।  ଏହାର ରିପୋର୍ଟ ଆସିବା ପରେ ସେମାନଙ୍କୁ ସ୍ନାନ ପୂର୍ଣ୍ଣିମା ପାଇଁ କାର୍ଯ୍ୟ କରିବାକୁ ଅନୁମତି ମିଳିବ । ୩ ତାରିଖ ମଧ୍ୟରେ ରିପୋର୍ଟ ମିଳିବ ବୋଲି ଲକ୍ଷ୍ୟ ରଖାଯାଇଛି ।

  • Tags:

Subscribe

National International State Sports Entertainment