ଭୁବନେଶ୍ୱର, ଜାନୁଆରୀ 14 (ଖବର ଓଡିଶା) :
ମହାମାରୀ କରୋନାକୁ ନେଇ ପୁଣି ଚିନ୍ତାରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ । ଗତ 8 ତାରିଖରୁ ସ୍କୁଲ ଖୋଲିବା ପରଠୁ କରୋନା ଆକ୍ରାନ୍ତ ଛାତ୍ରୀଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପୁଣି 22 ଜଣ ଛାତ୍ରଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।
କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ମାସରୁ ସ୍କୁଲ୍ କଲେଜ ବନ୍ଦ ରହିଥିବାବେଳେ ଗତ 8 ତାରିଖରୁ ସ୍କୁଲ ଓ କଲେଜ ଖୋଲାଯାଇଛି । ଗତକାଲି ଝାରସୁଗୁଡା ଜିଲ୍ଲାରେ 22 ଜଣ ଛାତ୍ରଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ 5 ଦିନରେ ଜିଲ୍ଲାରେ 50ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ କରୋନାରେ ଆକ୍ରାନ୍ତ ହେବା ପରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି । ଏହାପରେ ପ୍ରଶାସନ ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସମ୍ପୃକ୍ତ ଅଞ୍ଚଳକୁ ସାଇନିଟାଇଜ କରାଯାଉଛି ।