Home >
ଚିନ୍ତା ବଢାଉଛି ରାଜଧାନୀ, ସ୍ଥିର ହେଉନି ସଂକ୍ରମଣ
Khabar Odisha:Concern-For-Bhubaneswar-Corona-Positivity-rate

ଭୁବନେଶ୍ୱର, ଅକ୍ଟୋବର ୧୪(ଖବର ଓଡ଼ିଶା): ପୁରା ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ତଳମୁହାଁ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ସୁଧୁରୁନାହିଁ କରୋନା ସ୍ଥିତି ।

ଏବେବି ରାଜ୍ୟରେ ସର୍ବାଧିକ କରୋନା ସଂକ୍ରମିତ ରାଜଧାନୀରୁ ଚିହ୍ନଟ ହେଉଥିବା ବେଳେ ଗତ ଦୁଇ ଦିନ ହେଲା ପୁଣି ଥରେ ଡେଞ୍ଜର ଜୋନ୍ ବା ରେଡ୍ ଜୋନ୍ କୁ ଫେରିଛି ଭୁବନେଶ୍ୱର । ଗୋଟିଏ ପଟେ ପାର୍ବଣର ସମୟ ରହିଥିବା ବେଳେ ଅନ୍ୟପଟେ ରାଜଧାନୀର ସଂକ୍ରମଣ ଏବେ ପୁରା ରାଜ୍ୟ ବାସୀଙ୍କ ପାଇଁ ସଂକ୍ରମଣର ଭୟ ଦ୍ୱିଗୁଣିତ କରିଛନ୍ତି ।

ବିଶେଷ ଭାବରେ ରାଜଧାନୀ ଭୁବନେଶ୍ୱରର ସଂକ୍ରମଣ ହାର କୁ ନେଇ ଚିନ୍ତା ବଢିଛି ବୋଲି ଆଜି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପ୍ରତିକ୍ରିୟା ଦେଇ ସୂଚନା ଦେଇଛନ୍ତି । 

ଭୁବନେଶ୍ୱରରେ ଏବେ ଗୋଟିଏ ଦିନ ସଂକ୍ରମଣ ହାର କମିଲେ ଅନ୍ୟ ଦିନ ପୁଣି ଦୈନିକ ସଂକ୍ରମଣ ହାର ବୃଦ୍ଧି ପାଉଛି । ଏଭଳି ସ୍ଥିତିରେ ପଜିଟିଭିଟି ରେଟତ କୁ ନେଇ ମଧ୍ୟ ଏକପ୍ରକାର ଚିନ୍ତା ବଢିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଗତ ୩ ମାସ ଧରି ରାଜ୍ୟରେ କରୋନା ଗ୍ରାଫ ତଳଉପର ହେଉଥିବା ବେଳେ ଏବେ ପୁରା ରାଜ୍ୟରେ କେବଳ ଭୁବନେଶ୍ୱରକୁ ନେଇ ଚିନ୍ତା ବଢିଛି । ଏପଟେ ପାର୍ବଣ ସମୟରେ ଟ୍ୱିନସିଟିରେ କଟକଣା କଡାକଡି କରାଯାଇଛି ମାତ୍ର ଲୋକଙ୍କୁ ସବୁ ସମୟରେ ଯଗି ହେବନି ଏଭଳି ସ୍ଥିତିରେ ଲୋକ ନିଜେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ଡାକ୍ତର ବିଜ ମହାପାତ୍ର କହିଛନ୍ତି ।

  • Tags:

Subscribe

National International State Sports Entertainment