Home >
ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Khabar Odisha:Chief-Minister-Naveen-Patnaik-mourned-the-death-of-Padma-Shri-Professor-Radhamohan
ଭୁବନେଶ୍ୱର ,ଜୁନ 11 (ଖବର ଓଡ଼ିଶା):

ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ୭୮ ବର୍ଷ ବୟସରେ ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି । କିଛି ଦିନ ହେବ ଅସୁସ୍ଥ ହୋଇ ସମ୍ ହସପିଟାଲରେ ଚିକିତ୍ସାଧୀନ ଥିଲେ। ଜଣେ  ଅର୍ଥନୀତି ଶିକ୍ଷାବିତ୍, ସାମାଜିକ କର୍ମୀ ଓ ପରାମର୍ଶଦାତା ଭାବେ ଖୁବ୍ ପରିଚିତ ଥିଲେ ପ୍ରଫେସର ରାଧାମୋହନ ।

ଏହି ଦୁଃଖଦ ଖବର ଶୁଣି ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ପରିବାରକୁ ଜଣାଇଛନ୍ତି ସମବେଦନା। ଜଣେ ଅର୍ଥନୀତିଜ୍ଞ ଭାବେ ସେ ଯେତିକି ପ୍ରତିଭାବାନ୍ ଥିଲେ ଜଣେ ପରିବେଶବିତ୍ ଭାବରେ ମଧ୍ୟ ସେତିକି ସ୍ମରଣୀୟ ହୋଇ ରହିବେ ବୋଲି କହିଛନ୍ତି ନବୀନ ।

ରାଜ୍ୟରେ ଜୈବିକ ଚାଷ ମାଧ୍ୟମରେ ତାଙ୍କ ଦ୍ୱାରା ଅଣାଯାଇଥିବା ପରିବର୍ତ୍ତନ ସର୍ବଦା ମନେ ରହିବ। ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ସମବେଦନା। ଏମିତି କହି ପ୍ରଫେସର ରାଧାମୋହନଙ୍କ ସ୍ମତୀଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

  • Tags:

Subscribe

National International State Sports Entertainment