କାର୍ ଧକ୍କାରେ ବୃଦ୍ଧ ମୃତ ଓ ଚାରି ବର୍ଷର ଝିଅ ଗୁରୁତର ଆହତ। ତେବେ ଏଭଳି ଅଭାବନୀୟ ଦୁର୍ଘଟଣା ଦିଲ୍ଲୀର ଦ୍ୱାରକା ସେକ୍ଟର ୧୭ରେ ଘଟିଛି। ମୃତ ବ୍ୟକ୍ତି ଜଣକ ୬୦ ବର୍ଷୀୟ ଅରୁଣ କୁମାର ବୋଲି ଜଣାପଡିଛି। ତେବେ ଗୁରୁତର ଆହତ ଶିଶୁଟିକୁ ନିକସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ଅଧିକ ତଦନ୍ତ କରୁଛି।
ସୂଚନା ଅନୁସାରେ, ଦିଲ୍ଲୀର ଦ୍ୱାରକା ସେକ୍ଟର ନମ୍ବର ୧୭ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ମର୍ସିଡିଜ୍ କାର୍ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ବର୍ଷର ଝିଅ ଗୁରୁତର ଆହତ ହୋଇଛି। ମୃତ ବ୍ୟକ୍ତି ଜଣକ ୬୦ ବର୍ଷୀୟ ଅରୁଣ କୁମାର ବୋଲି ଜଣାପଡିଛି। ଅରୁଣ ସ୍କୁଟରରେ ଯାଉଥିବା ବେଳେ ହଠାତ ଏକ ମର୍ସିଡିଜ୍ କାର୍ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା ବେଳେ ଚାରି ବର୍ଷର ଝିଅ ଗୁରୁତର ଆହତ ହୋଇଥିଲା। ତେବେ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚାରି ବର୍ଷର ଝିଅର ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ଅଧିକ ତଦନ୍ତ କରୁଛି।