ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷାଫଳ। ପାସ୍ ହାର ୭୮.୮୮ % ରହିଛି। ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ । ଛାତ୍ରୀଙ୍କ ପାସ୍ ହାର ୮୫.୬୬% ଥିବା ବେଳେ ଛାତ୍ରଙ୍କପାସ୍ ହାର ୭୦.୪୩% ରହିଛି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୮୪.୯୭% ପିଲା ପାସ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ପାସ୍ ହାରରେ ସର୍ବନିମ୍ନ- ୭୦.୭୪% ରହିଛି। ପରୀକ୍ଷା ଫଳ www.orissaresults.nic.inରେ ଉପଲବ୍ଧ ହେଉଛି।
ସେହିପରି ଧନ୍ଦା ମୂଳକ ଶିକ୍ଷାରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ୩୮୬୦ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପାସ୍ ହାର ୬୭.୪୮% ରହିଛି। ପୁଅ ପାସ୍ ହାର ୬୪.୨୩% ଥିବା ବେଳେ ଝିଅ ପାସ୍ ହାର ୭୧.୧୦% ରହିଛି।