Khabar Odisha:26/5/2023
ସାତକୋଶିଆରୁ ଆସିଲା ଖୁସି ଖବର । କ୍ରମାଗତ ତୃତୀୟ ବର୍ଷ ପାଇଁ ସଫଳ ହୋଇଛି ଘଡ଼ିଆଳ ପ୍ରଜନନ । ଗୁରୁବାର ଅଣ୍ଡା ଫୁଟି ବାହାରିଲେ ଘଡ଼ିଆଳ କୁମ୍ଭୀର । ମା ‘ କୁମ୍ଭୀର ସହ ଛୁଆ ଗୁଡିକ ଖେଳୁଥିବାର ଫଟୋ ବନ ବିଭାଗର କ୍ୟାମେରାରେ କଏଦ ହୋଇଛି । ସାତକୋଶିଆ ଗଣ୍ଡର ବଳଦମରା ନିକଟରେ ୩୦ ରୁ ୩୫ ଘଡ଼ିଆଳ ଛୁଆ ବାହାରିଥିବା ଜଣାପଡିଛି ।ରାଜ୍ୟରେ ଘଡିଆଳ ସଂଖ୍ୟା ବଢାଇବା ପାଇଁ ଏହି ଯୋଜନା କରାଯାଇଥିବା ବେଳେ , ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀର ୨୦୨୧ ମସିହାରୁ ସଫଳତାର ସହ ଅଣ୍ଡା ଫୁଟେଇ ଆସୁଛି ।