Home >
ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ଅସମ୍ଭାଳ, ଗୋଟିଏ ଦିନରେ ୧୨୬ ନୂତନ କରୋନା ରୋଗୀ ଚିହ୍ନଟ
Khabar Odisha:Bhubaneswar-sees-a-surge-of-126-COVID19-cases
ଭୁବନେଶ୍ୱର, ଅଗଷ୍ଟ ୦୧ (ଖବର ଓଡ଼ିଶା):

ରାଜଧାନୀ ଭୁବନେଶ୍ୱରରୁ ଆଜି ୧୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୭୭ ସଂଗରୋଧରୁ ହୋଇ ଥିବା ବେଳେ ୪୯ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏହା ସହ ରାଜଧାନୀରେ ୧୩୩ ଜଣ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬୧କୁ ବୃଦ୍ଧି ପାଇଛି । ୧୫୬୬ ଜଣ ସୁସ୍ଥ ହୋଇଥିବା ବେଳେ ୧୨୭୬ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ୧୭ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

୧୨୬ ଜଣଙ୍କ ମଧ୍ୟରୁ ୟୁନିଟ ୧ ତାରିଣୀ ବସ୍ତିରୁ ୧୦, ୟୁନିଟ ୯ ବାୟାବାବା ବସ୍ତିରୁ ୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୮ ଜଣ ପୋଲିସ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ବାଦ ଖଣ୍ଡଗିରୀ ତପୋବନ ବସ୍ତିରୁ ୬, ବଡଗଡ ବ୍ରିଟ କଲୋନୀରୁ ୪ ଜଣ, ଆଇଗିଣିଆରୁ ୩, ଓଲ୍ଡ ଟାଉନରୁ ୩, ନଯାପଲ୍ଲୀ ନୂଆସହୀରୁ ୩, ବରମୁଣ୍ଡାରୁ ୩, ଡୁମୁଡୁମାରୁ ୪, ଭରତପୁରରୁ ୩, ନୀଳାଦ୍ରି ବିହାରରୁ ୨ ଓ ଶୈଳଶ୍ରୀବିହାରରୁ ଜଣେ ଏମଆଇଡ଼ିଆଇ ହାଉସ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି ।

  • Tags:

Subscribe

National International State Sports Entertainment