Home >
ଭଦ୍ରକ ପାଲଟିଛି ବ୍ରାଉନ୍ ସୁଗାର ବେପାରୀଙ୍କ ଭୂସ୍ୱର୍ଗ, ପୁଣି ୨ ବ୍ରାଉନ୍ ସୁଗର ଚାଲାଣକାରୀ ଗିରଫ
Khabar Odisha:Bhadrak-has-become-a-haven-for-brown-sugar-traders-and-2-brown-sugar-shippers-have-been-arrested
ଭଦ୍ରକ,ସେପ୍ଟେମ୍ବର 24 (ଖବର ଓଡ଼ିଶା):

ପୁରୁଣାବଜାର ପୋଲିସ ହାତରେ ଧରାପଡିଛନ୍ତି ଦୁଇ ବ୍ରାଉନ୍ ସୁଗର ଚାଲାଣକାରୀ । ସେମାନଙ୍କଠାରୁ ବିପୁଳ ପରିମାଣର ବ୍ରାଉନ୍ ସୁଗାର ଜବତ ହୋଇଥିଲାବେଳେ ସେମାନଙ୍କଠାରୁ ନଗଦ ୪୦୦ ଟଙ୍କା, ପ୍ୟାକେଜିଂ ଜରି ଓ ଏକ ଛୁରୀ ଜବତ ହୋଇଛି । 

ଏହି ଘଟଣାରେ ଗତକାଲି ସେମାନଙ୍କୁ କୋର୍ଟ ଚାଲାଣ ମଧ୍ୟ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ରାନ୍ଦିଆ ଅଂଚଳର ଅଜୟ କୁମାର ପଢିଆରୀ ଓ ବରପଦା ବାସିନ୍ଦା କାଳନ୍ଦୀ ବେହେରା । 

ସୁଚନା ଅନୁସାରେ ଗତକାଲି ଭଦ୍ରକ ଟାଉନ ଓ ଇଛାପୁର ରାସ୍ତାରେ ଗାଡି ତନଖି ଚାଲିଥିଲା । ସେହି ସମୟରେ ଦୁଇଜଣ ବ୍ୟକ୍ତିଙ୍କ ବାଇକ୍ ଯାଂଚ ସମୟରେ ସେଥିରୁ ୧୨୨ ଗ୍ରାମ ବ୍ରାଉନ୍ ସୁଗାର ବାହାରିଥିଲା । 

ସରକାର ନଗରଠାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୋଲିସ ସେମାନଙ୍କଠାରୁ ବ୍ରାଉନ୍ ସୁଗାର ଜବତ କରିଥିଲା । ତଦନ୍ତରୁ ଜଣାପଡିଛି ଦୁଇ ଅଭିଯୁକ୍ତ ବ୍ରାଉନ୍ ସୁଗାର ସମେତ ଚାନ୍ଦବାଲିକୁ ବାହାରିଥିଲେ ।

  • Tags:

Subscribe

National International State Sports Entertainment