ଠକମାନେ ଠକିବା ପାଇଁ ଆପଣେଇଲେଣି ନୂଆ ନୂଆ ପନ୍ଥା । ଏ ଭଳି ଜାଲ ବିଛାଉଛନ୍ତି ଯେ ଲୋକମାନେ ସେଥିରେ ଫସି ଯାଉଛନ୍ତି । ଠକେଇରେ ଶିକ୍ଷିତ, ସହରୀ ଯୁବପିଢି ମାନେ ଫଶି ସର୍ବସ୍ୱ ହରାଉଛନ୍ତି । ଏବେ ଠକମାନେ ବିଏସଏନଏଲ୍ ସିମ୍ କାର୍ଡର କେୱାଇସି ଯାଞ୍ଚ ନେଇ ଠକିବା ଆରମ୍ଭ କରିଛନ୍ତି । ଯାହାକି ପୁଲିସ ପାଇଁ ଚ୍ୟାଲେଞ୍ଚ ପାଲଟିବା ସହ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି । ବିଭିନ୍ନ ହ୍ୱାଟସଆପ୍ ଗ୍ରୁପକୁ ସରକାରୀ ଘୋଷଣା ବା ନୋଟିସ୍ ଭଳି ଏକ ଚିଠି ଆସୁଛି । ଏହି ଚିଠିର ଉଭୟ ଡାହାଣ ଓ ବାମ ପାଶ୍ୱର୍ରେ ଅଶୋକ ସ୍ତମ୍ବ ରହିଛି । ମଝିରେ ବିଏସଏନଏଲର ଲୋଗୋ ମଧ୍ୟ ରହିଛି । ନୋଟିସରେ ଟ୍ରାଇର ଲୋଗୋ ଓ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ବୋଲି ନାଲି ରଙ୍ଗରେ ଷ୍ଟାମ୍ପ ରହିଛି । ନୋଟିସରେ ଏକ ବାରକୋଡ ମଧ୍ୟ ରହିଛି । ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ ବିଏସଏନଏଲ୍ ସିମ୍ କାର୍ଡ ୨୪ଘଣ୍ଟା ଭିତରେ ଅଚଳ ହୋଇଯିବ । ଏହାର କାରଣ ଆପଣଙ୍କ କେୱାଇସି ଭେରିଫିକେସନ ହୋଇନାହିଁ । ଏସମ୍ପର୍କରେ ଅଧିକ ଜାଣିବା ପାଇଁ କଷ୍ଟମର କେୟାର ୭୪୩୯୨୮୯୩୪୦ରେ ଯୋଗାଯୋଗ କରିବାକୁ କୁହାଯାଇଛି ।
ଏଭଳି ଠକେଇ ବିରୋଧରେ ସମସ୍ତ ଗ୍ରାହକ, ସାଧାରଣ ଲୋକେ ସଚେତନ ହେବା ଜରୁରୀ । ଅନ୍ୟ ପକ୍ଷରେ ପ୍ରଦତ୍ତ ମୋବାଇଲ ନମ୍ବରକୁ ଆଧାର କରି ଠକଙ୍କୁ ଧରିବାକୁ ପୁଲିସ ଉଦ୍ୟମ କରିବା ଆବଶ୍ୟକ । ନୋଟିସରେ ଅନେକ ଭୁଲ ରହିଛି, ଯାହାକୁ ଆପଣ ଭଲ ଭାବରେ ଦେଖିଲେ ଜାଣିପାରିବେ ଯେ ଏହା ଠକଙ୍କ ଚାଲ୍ ବୋଲି ସହଜରେ ଜାଣିବା ସହ ସତର୍କ ରହିପାରିବେ ।