ବାଲିପାଟଣା: ପଡ଼ୋଶୀ ଘର ୯ ବର୍ଷର ଝିଅକୁ ଦୁସ୍କର୍ମ କଲା କାମାନ୍ଧ ଯୁବକ, ଗୁରୁତ୍ତର ଅବସ୍ଥାରେ ନାବାଳିକା ମେଡିକାଲରେ ଭର୍ତ୍ତି ବାଲିପାଟଣା, ଜାନୁଆରୀ ୧୫(ଖବର ଓଡ଼ିଶା): Share story: ପଡ଼ୋଶୀ ଘର ୯ ବର୍ଷର ଝିଅକୁ ଦୁସ୍କର୍ମ କରିଛି କାମାନ୍ଧରେ ଶିକାର ଯୁବକ। ମଧ୍ୟାହ୍ନ ସମୟରେ ନିର୍ଜନତାର ସୁଯୋଗ ନେଇ ଗାଁ ଦାଣ୍ଡରୁ ଉଠାଇ ନେଇ ଯୁବକ ଜଣଙ୍କ ନାବାଳିକାକୁ ଦୁସ୍କର୍ମ କରିଛି। ଏବେ ନିଷ୍ପାପ ନାବାଳିକାଟି ମେଡିକାଲରେ ଭର୍ତ୍ତି ହୋଇ ଜୀବନ ମରଣ ସହିତ ସଂଗ୍ରାମ କରୁଛି । ଏହି ଘଟଣା ବିଷୟରେ ଖବର ଜଣା ପଡିବା ପରେ ଶୁକ୍ରବାର ବାଲିପାଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏହି ଜଘନ୍ୟ କାଣ୍ଡ ଘଟାଇ ଫେରାର ହୋଇଯାଇଛି ଅଭିଯୁକ୍ତ ପିଚାଷ । ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲ ମଧ୍ୟ ତା’ର କୌଣସି ଟେର୍ ପାଇ ନାହିଁ। ଖବର ମୁତାବକ ମଧ୍ୟାହ୍ନ ସମୟରେ ଗାଁ ଦାଣ୍ଡ ଟ୍ୟାପ୍ ପାଖରେ ଝିଅଟି ଘାଧୋଉଥିଲା। ଏହି ସମୟରେ ମଉକା ଦେଖି ନାବାଳିକା ଉପରେ ୨୦ ବର୍ଷୀୟ ପଡ଼ୋଶୀ ଯୁବକ ଯୁବ ତାର ଲୁଲୁପ ଦୃଷ୍ଟି ପକଇଥିଲା। ହଟାତ୍ ସେ ଝିଅଟିର ପାଟି ବନ୍ଦ କରି ଟେକି ନେଇ ପାଖ ନିଛାଟିଆ ବଣରେ ନାବାଳିକାକୁ ଦୁସ୍କର୍ମ କରିଥିଲା । ନାବାଳିକାର ମୁହଁକୁ ଦିର୍ଘ ସମୟ ଧରି ଚାପି ରଖିବାରୁ ଦୁସ୍କର୍ମ ପରେ ମଧ୍ୟ ଝିଅଟି ନିଜର ପାଟି ଖୋଲିବାକୁ ସକ୍ଷମ ହୋଇନଥିଲା। କିଛି ସମୟ ପରେ କୌଣସି ପ୍ରକାରେ ଝିଅଟି ରକ୍ତାକ୍ତ ଅବସ୍ତାରେ ଘରେ ପହଁଞ୍ଚି ସମସ୍ତ ଘଟଣା ବିଷୟରେ ପ୍ରକାଶ କରିଥିଲା। ଏହା ପରେ ଘରେ କାନ୍ଦ ବୋବାଳି ପଡିଯାଇଥିଲା । ତୁରନ୍ତ ନାବାଳିକାର ପିତା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପିସିଆର ଭ୍ୟାନ୍ ସେଠାରେ ପହଁଞ୍ଚି ନାବାଳିକାକୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ଡାକ୍ତରମାନେ ପ୍ରାଥମିକ ଚିକିତ୍ସା କରିଥିଲେ ବି ଅବସ୍ଥା ସଂକଟାପନ୍ନ ଦେଖି ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ରେଫର୍ କରିଥିଲେ। ନାବାଳିକାକୁ ପୋଲିସ କ୍ୟାପିଟାଲ ହସ୍ପିଟାଲ୍ରେ ପହଁଞ୍ଚାଇଥିଲା । ତଥାପି ବହୁ ସମୟ ପର୍ଯ୍ୟନ୍ତ ନାବାଳିକାର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ଥିଲା। କିନ୍ତୁ ପରେ ତା’ର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅଭିଯୋଗ ପାଇବା ପରେ ବାଲିପାଟଣା ଥାନା ପୁଲିସ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଅଭିଯୁକ୍ତ ପିଶାଚକୁ ଧରିବା ପାଇଁ ଚଢ଼ଉ ଚଳାଇଛି। ଖବର ଓଡ଼ିଶା, Reporter, 15/01/2022