Home >
ରାଉରକେଲା ଏସଟିଆଇ ଓଭରବ୍ରିଜରେ ମାଛଚାଷ କରି କଂଗ୍ରେସର ପ୍ରଶ୍ନ ରାସ୍ତାରେ ମାଛ ଖେଳୁଛି ଆପଣ ମାନେ ଖୁସି ତ?
Khabar Odisha:Are-you-happy-that-Rourkela-is-fishing-on-the-STI-overbridge-and-playing-fish-on-the-Congress-question-

ରାଉରକେଲା,ସେପ୍ଟେମ୍ବର ୧୫(ଖବର ଓଡ଼ିଶା): ରାଉରକେଲା ଏସଟିଆଇ ଓଭରବ୍ରିଜରେ ମାଛଚାଷ କଲା କଂଗ୍ରେସ । ବ୍ରିଜ୍ ନିର୍ମାଣରେ ବ୍ୟାପକ ଅନୀୟମିତତା ହୋଇଛି । ବ୍ରିଜ୍‌ର ବିଭିନ୍ନ ସ୍ଥାନରେ ନିମ୍ନ ମାନର କର୍ଯ୍ୟ କାଇଁ ରାସ୍ତା ଦବି ଯାଇଥିବା ବେଳେ ଅସଳାଏ ବର୍ଷାରେ ପାଣି ଜମି ରହୁଛି । ଏହା ଫଳରେ ବାରମ୍ବାର ଦୁର୍ଘଟଣା ମଧ୍ୟ ଘଟୁଥିବା ଅଭିଯୋଗ ହୋଇଛି । ଆଜି ଏହାକୁ ମୁଦ୍ଦା କରି ବ୍ରିଜ୍ ଉପରେ ଜମିଥିବା ପାଣିରେ ମାଛ ଛାଡିଛନ୍ତି ରାଉରକେଲା କଂଗ୍ରେସ କର୍ମୀ । 

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ଏସଟିଆଇ ଓଭରବ୍ରିଜରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରି ଆଜି ରାସ୍ତାରେ ମାଛ ଛାଡି ଅଭିନବ ଉପାୟରେ ବିରୋଧ କରିଛି କଂଗ୍ରେସ । ଏହି ସମୟରେ କଂଗ୍ରେସ ପକ୍ଷରୁ ରାସ୍ତାରେ ମାଛ ଖେଳୁଛି ଆପଣା ମାନେ ଖୁସି ତ? ବୋଲି ପ୍ରଶ୍ନ ପଚାରିଥିଲା ରାଉରକେଲା କଂଗ୍ରେସ ।

  • Tags:

Subscribe

National International State Sports Entertainment