Home >
ଐଶ୍ୱର୍ଯ୍ୟା ରାୟଙ୍କ ପରି ଅବିକଳ ଚେହେରା ଥିବା ଝିଅ ସୋସିଆଲ ମିଡ଼ିଆରେ ଭାଇରାଲ,ୟୁଜର୍ସ କହିଲେ କିଛି ଏପରି କଥା
Khabar Odisha:A-girl-with-an-exact-face-like-Aishwarya-Rai-has-gone-viral-on-social-media-users-said
ନୂଆଦିଲ୍ଲୀ , ମେ 13(ଖେବର ଓଡିଶା):

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ଏବଂ ବଲିଉଡର ସମ୍ରାଟ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ପତ୍ନୀ।

ସେମାନଙ୍କର ଏକ ସୁନ୍ଦର ପୁତ୍ର ମଧ୍ୟ ଅଛନ୍ତି ଯାହାଙ୍କ ନାଁ ଆରାଧ୍ୟା ଅଟେ । ଐଶ୍ୱର୍ଯ୍ୟା ଅଧିକାଂଶ ସମୟରେ ଅଭିଷେକ ଏବଂ ଆରାଧ୍ୟାଙ୍କ ସହିତ ନଜର ଆସିଛନ୍ତି । କିନ୍ତୁ ଆଜିକାଲି ଐଶ୍ୱର୍ଯ୍ୟା ରାୟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୋସିଆଲ ମିଡ଼ିଆରେ ଜଣେ ଝିଅ ଐଶ୍ୱର୍ଯ୍ୟାଙ୍କ ଫିଲ୍ମର ଗୀତରେ ନାଚିବା ଏବଂ ଲିପ୍ସିଂ କରୁଥିବା ନଜର ଆସିଛନ୍ତି । ବାସ୍ତବରେ ଏହି ଝିଅଟି ଐଶ୍ୱର୍ଯ୍ୟା ରାୟଙ୍କ ଭଳି ଦେଖାଯାଉଛନ୍ତି । ଲୋକମାନେ ମଧ୍ୟ ଏହି ଝିଅଟିର ଭିଡ଼ିଓ ଦେଖି ସମ୍ପୁର୍ଣ୍ଣ ଭାବେ ଆଶ୍ଚାର୍ଯ୍ୟ ହୋଇଯାଇଛନ୍ତି । 

ଏହି ଝିଅଟିର ନାମ ହେଉଛି ଅଶିତା ରାଠୋର । ଇନଷ୍ଟାଗ୍ରାମରେ ସେ ପ୍ରାୟତ ଐଶ୍ୱର୍ଯ୍ୟା ରାୟଙ୍କ ହିଟ୍ ଗୀତରେ ଭିଡିଓ ପ୍ରସ୍ତୁତ କରିଛନ୍ତି । ଗୀତରେ ସେ ଐଶ୍ୱର୍ଯ୍ୟା ରାୟଙ୍କ ଗୀତ 'ମେରେ ଦିଲ୍ କୋ ୟେ କିଆ ହୋ ଗୟା

View this post on Instagram

A post shared by Aashita Singh (@aashitarathore)

family:AkrutiOriAshok-99;mso-bidi-font-family:Kalinga">'ରେ ଲିପିଂ ଏବଂ ଅଭିନୟ କରୁଥିବା ନଜର ଆସିଛନ୍ତି। ଅନ୍ୟ ଏକ ଭିଡିଓରେ ଐଶ୍ୱର୍ଯ୍ୟାଙ୍କ 'ତେରୀ ରହୋନ୍ ମେନ୍ ହେଁ' ଗୀତରେ ମଧ୍ୟ ଲିପ୍ସିଂ କରିଥିବାର ନଜର ଆସିଛନ୍ତି।

ଅଶିତାଙ୍କ ଏହି ସମସ୍ତ ଗୀତ ଓ ନାଚକୁ ୟୁଜର୍ସ ମାନେ ଖୁବ୍ ଭଲ ଭାବରେ ପସନ୍ଦ କରିଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି ଅବିକଳ ଐଶ୍ୱର୍ଯ୍ୟା ରାୟଙ୍କ ପରି ତ ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ଆଶ୍ଚାର୍ଯ୍ୟ ପ୍ରକଟ କରିଛନ୍ତି  ଯେ କେହି ଜଣେ କିପରି ଏତେ ସମାନ ହୋଇପାରିବେ । କହିବାକୁ ଗଲେ ତାଙ୍କ ଅନୁସରଣକାରୀଙ୍କ ସଂଖ୍ୟା ମଧ୍ୟ ୬୭ଲକ୍ଷରୁ ଅଧିକ ରହିଛି । 

 

  • Tags:

Subscribe

National International State Sports Entertainment