Home >
ବଢୁଛି କରୋନା ସଂକ୍ରମଣ,କାଲିଠୁ ରାଜ୍ୟରେ ୧୪ ଦିନିଆ ଲକଡାଉନ
Khabar Odisha:A-14-day-lockdown-in-the-state-from-tomorrow-find-out-what-remains-open-and-what-is-closed
ଭୁବନେଶ୍ୱର, ମେ 04 (ଖବର ଓଡିଶା) :

କାଲିଠୁ ରାଜ୍ୟରେ ଲାଗୁ ହେବ ଲକଡାଉନ । ସବୁ ବନ୍ଦ । କେବଳ ଖୋଲା ରହିବ ଅତ୍ୟାବଶ୍ୟକ ସେବା ଓ ଜରୁରୀ ଦୋକାନ । ଏହି ୧୪ ଦିନିଆ ଲକଡାଉନ ସମୟରେ ଅମାନିଆଙ୍କୁ ମଧ୍ୟ ସାବଡ଼ କରାଯିବ। 

ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି ।

ଏହାକୁ ନଜରରେ ରଖି ସରକାର ସାରା ରାଜ୍ୟରେ ବୁଧବାର ଠାରୁ ଲକଡାଉନ ଲାଗୁ କରିବାକୁ ଯାଉଛନ୍ତି।   ଏହି ସମୟରେ ସମସ୍ତ ଦୋକାନବଜାର,ମଲ, ହଲ, କାର‌୍ୟ୍ୟକ୍ରମ, ସାଧାରଣ ଚଳପ୍ରଚଳ ଆଦି ବନ୍ଦ ରହିବ । କେବଳ ସକାଳ ୬ରୁ ୧୨ ଯାଏଁ ଜରୁରୀ ପରିବା ଓ ତେଜରାତି ଦୋକାନ ଖୋଲା ରହିବ ।

ମଦ ଦୋକାନ,ସେଲୁନ,ସ୍ପା ଆଦି ବନ୍ଦ ରହିବ । ସେହିପରି ବସ ଚଳାଚଳ ମଧ୍ୟ ବନ୍ଦ ରଖା ଯିବ ।ସ୍କୁଲ କଲେଜ,ଅଫଲାଇନ ପାଠପଢ଼ା ଆଦି ବନ୍ଦ ରହିବ । ଲକଡାଉନ ସମୟରେ ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ ବୋଲି ସୂଚନା ଦିଆଯାଇଛି ।

ସେହିପରି ରାସ୍ତା କଡ଼ ଢ଼ାବା, ହୋଟେଲ,ଗ୍ୟାରେଜ, ଓମ୍ଫେଡ଼ ବୁଥ, ବାଲି ସିମେଣ୍ଟ ଦୋକାନ, ମାଲ ପରିବହନ, ଓଲା ଉବେର ଚଳାଚଳ କେବଳ ଷ୍ଟେସନ ଓ ବିମାନବନ୍ଦର ପାଇଁଖୋଲା ରହିବ ।  କିନ୍ତୁ ହୋଟେଲ କିମ୍ବା ଆହାର କେନ୍ଦ୍ରରେ  କେହି ଖାଇପାରିବେ ନାହିଁ । ଆହାର କେନ୍ଦ୍ରରେ କେହି ନ ଖାଇ ପାର୍ସଲ ନେଇପାରିବେ ବୋଲି କୁହାଯାଇଛି ।

  • Tags:

Subscribe

National International State Sports Entertainment