ଓଡିଶା ର ୯ ସାମଗ୍ରୀକୁ ମିଳିପାରେ ଜିଆଇ ଟ୍ୟାଗ !ଏଥିପାଇଁ ଚେନ୍ନାଇରୁ ଆସିଥିବା ୬ଜଣିଆ ପ୍ରତିନିଧି ଦଳ ମୂଲ୍ୟାୟନ କରିଛନ୍ତି | ୯ଟି ସାମଗ୍ରୀ ମଧ୍ୟରେ ୪ଟି ଖାଦ୍ୟଜନିତ ସାମଗ୍ରୀ ରହିଥିବା ବେଳେ ଦୁଇଟି କୃଷିଜାତ ଏବଂ ତିନୋଟି ହସ୍ତତନ୍ତ ସାମଗ୍ରୀ ରହିଛି । ଖାଦ୍ୟ ସାମଗ୍ରୀ ମଧ୍ୟରେ ମୟୂରଭଞ୍ଜର ପ୍ରସିଦ୍ଧା କାଇ ଚଟଣୀ ଓ ଢେଙ୍କାନାଳର ମଗଜ ଲଡୁ,ଗଜପତିର ଖଜୁରୀ ତାଳ ଗୁଡ଼ ଏବଂ କେନ୍ଦ୍ରାପଡ଼ା ପ୍ରସିଦ୍ଧା ରସାବଳିକୁ ମଧ୍ୟ ଜିଆଇ ଟ୍ୟାଗ ପାଇଁ ମୂଲ୍ୟାୟନ କରାଯାଇଛି । ଏହାବ୍ୟତୀତ କୋରାପୁଟର କଲାଜିରା ରାଇସ, ନୟାଗଡ଼ର କଂଟେଇମୁଣ୍ଡି ବାଇଗଣ, ଲାଞ୍ଜିଆ ସୌରା କଳା, ଡଙ୍ଗରିଆ କନ୍ଧ ବୁଣା ଶାଲ, କଟକ ରୂପା ତାରକସୀକୁ ମଧ୍ୟ ଜିଆଇ ଟ୍ୟାଗ ମିଳିବା ନେଇ ମୂଲ୍ୟାୟନ କରାଯାଇଛି । ଉତ୍ପାଦନକାରୀ ମାନେ ନିଜ ନିଜ ସାମଗ୍ରୀର ବିସ୍ତୁତ ତଥ୍ୟ ଦେଲା ପରେ ଏହାର ବିଶେଷ ଅନୁଧ୍ୟାନ କରିଛନ୍ତି ବିଶେଷଜ୍ଞ ଦଳ । ତେବେ ଏ ନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଆବଶ୍ୟକ ଥିବା ଅବଶିଷ୍ଟ ତଥ୍ୟ ଜିଆଇକୁ ଦାଖଲ କରିବା ପାଇଁ କହିଛନ୍ତି ଆସିଥିବା ବିଶେଷଜ୍ଞ ଦଳ ।