ଆମେରିକାର ଏକ ସ୍କୁଲରେ ପୁଣି ଥରେ ଫୁଟିଛି ଗୁଳି । ଏଥର ଡେସ୍ ମୋଇନେସ୍ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡ ଘଟି ୨ ନିରୀହ ଛାତ୍ରଙ୍କ ଜୀବନ ଯାଇଥିବା ବେଳେ ଏଥିରେ ଜଣେ ଶିକ୍ଷକ ବି ଗୁରୁତର ହୋଇଥିବା ଜଣାଯାଇଛି। ଆମେରିକାର ଗଣମାଧ୍ୟମ ଅନୁଯାୟୀ, ସୋମବାର ଅପରାହ୍ନରେ ଡେସ୍ ମୋଇନେସ୍ସ୍ଥିତ ଆଇୱା ଚାର୍ଟର୍ ସ୍କୁଲରେ ପିଲାମାନେ ପଢ଼ୁଥିବା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା। ଏଥିରେ ଦୁଇ ଜଣ ଛାତ୍ର ଜଣେ ଶିକ୍ଷକ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ୨ ଛାତ୍ର ଆଖି ବୁଜି ଦେଇଥିଲେ ଓ ଶିକ୍ଷକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିଲା |