Home >
ବାତ୍ୟା ଅମ୍ଫାନ୍ କ୍ଷୟକ୍ଷତି ପାଇଁ ଓଡ଼ିଶାକୁ ୫୦୦ କୋଟି ସହାୟତା କାଲି କେନ୍ଦ୍ରରୁ ଘୋଷଣା ହୋଇଥିଲା, ଆଜି ମିଳିଲା
Khabar Odisha:500-crore-sanction-for-Odisha-due-to-cyclone-amfan
ନୂଆଦିଲ୍ଲୀ, ମେ 23(ଖବର ଓଡ଼ିଶା):

 ବାତ୍ୟା କ୍ଷୟକ୍ଷତି ପାଇଁ କେନ୍ଦ୍ରରୁ କାଲି ଘୋଷଣା ହୋଇଥିବା ୫୦୦ କୋଟି ଆଜି ଓଡ଼ିଶାକୁ ମିଳିଲା । ପ୍ରଧାନମନ୍ତ୍ରୀ ଅମ୍ଫାନ କ୍ଷତିଗ୍ରସ୍ତ ଅଂଚଳ ବୁଲି ଚାଲିଯିବାର ୨୪ ଘଂଟା ଭିତରେ ବାତ୍ୟା ସହାୟତା ପାଣ୍ଠି ରିଲିଜ କରିଛନ୍ତି କେନ୍ଦ୍ର ସରକାର । 

ଗତକାଲି ପ୍ରଧାନମନ୍ତ୍ରୀ ଓଡିଶା ଆସି ପ୍ରଭାବିତ ଅଞ୍ଚଳ ବୁଲିଦେଖିଥିଲେ । ସ୍ଥିତି ଅନୁଧ୍ୟାନ କରିବା ପରେ ୫ ଶହ କୋଟି ଟଙ୍କାର ଅଗ୍ରିମ ସହାୟତା ପାଇଁ ଘୋଷଣା କରିଥିଲେ ପ୍ରଧାନମନନ୍ତ୍ରୀ । ଆଉ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ୫ ଶହ ଟଙ୍କା ରିଲିଜ କରିଥିବା ଟ୍ୱିଟ୍ କରି ଜଣାଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା ।

  • Tags:

Subscribe

National International State Sports Entertainment