Home >
ପୁଣି ହୀରାକୁଦରେ ଖୋଲିଲା ଆଉ ୫ଟି ଗେଟ, ମୋଟ ୧୦ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
Khabar Odisha:5-more-gates-were-opened-in-Hirakud-total-10-gates-are-draining-the-flood-water
ସମ୍ବଲପୁର, ଅଗଷ୍ଟ ୧୧(ଖବର ଓଡିଶା):

ସାରା ରାଜ୍ୟରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି । ଉପରମୁଣ୍ଡାରେ ପ୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମରେ ଆୁ ୫ଟି ଗେଟ ଖୋଲାଯାଇଛି । 

ବର୍ତ୍ତମାନ ମୋଟ ୧୦ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୮୩ ହଜାର ୭୮୪ କ୍ୟୁସେକ ଜଳ ପ୍ରବେଶ କରୁଛି । 

ଏବେ ହୀରାକୁଦ ଜଳସ୍ତର ରହିଛି ୬୧୨.୯୩ ଫୁଟ । ବନ୍ୟାଜଳ ନିଷ୍କାସନ ହେଉଛି ୧ ଲକ୍ଷ ୯୧ ହଜାର ୫୭୪ କ୍ୟୁସେକ ଜଳ । ଏହାସହିତ ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ମଧ୍ୟ କରାଯାଇଛି ।

  • Tags:

Subscribe

National International State Sports Entertainment