Home >
ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩ ହଜାର ୨ ଶହ ୨୦ ଆକ୍ରାନ୍ତ, ସୁନ୍ଦରଗଡରୁ ସର୍ବାଧିକ
Khabar Odisha:3220-are-recovering-from-coronas-the-highest-from-Sundargarh
ଭୁବନେଶ୍ୱର, ଜାନୁଆରୀ ୧୫(ଖବର ଓଡିଶା):

ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ୧୦ ହଜାର ପାର୍ ହୋଇଛି । ଏହାରି ଭିତରେ ଦୀର୍ଘ ଦିନ ପରେ ସୁସ୍ଥ ସଂଖ୍ୟା ବୃଦ୍ଧି ହୋଇଛି । ଗୋଟିଏ ଦିନରେ ୩୩୨୦ ଜଣ କରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୫୫ ହଜାର ୬୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । 

ସୂଚନା ଅନୁସାରେ, ଖୋର୍ଦ୍ଧାରୁ ୬୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମ୍ବଲପୁରରୁ ୩୭୨, କଟକରୁ ୩୪୬, ଝାରସୁଗୁଡାରୁ ୨୫୪, ନବରଙ୍ଗପୁରରୁ ୧୬୯, ମୟୂରଭଞ୍ଜରୁ ୧୧୩, କୋରାପୁଟରୁ ୬୩, ସୁବର୍ଣ୍ଣପୁରରୁ ୫୮, କେନ୍ଦୁଝରରୁ ୫୪ ଓ ପୁରୀରୁ ୫୪ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୩୫, ଯାଜପୁରରୁ ୩୦, ଗଜପତିରୁ ୨୮, ବରଗଡରୁ ୨୧, ଦେବଗଡରୁ ୨୦, ଗଞ୍ଜାମରୁ ୨୦, ଜଗତସିଂହପୁରରୁ ୨୦, କଳାହାଣ୍ଡିରୁ ୧୪, ଢେଙ୍କାନାଳରୁ ୮, ଭଦ୍ରକରୁ ୭, ବଲାଙ୍ଗୀରରୁ ୬, କନ୍ଧମାଳରୁ ୬, ନୟାଗଡରୁ ୩, ବାଲେଶ୍ୱରରୁ ୨, କେନ୍ଦ୍ରାପଡାରୁ ୨ ଓ ଷ୍ଟେଟ ପୁଲରୁ ୧୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 

ସେପଟେ ରାଜ୍ୟରେ ଆଜି ୧୦ ହଜାର ୮୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୨୯୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୪୫୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୦୨୧ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ ଆକ୍ରାନ୍ତ ହୋଇଛନ୍ତି ।

  • Tags:

Subscribe

National International State Sports Entertainment