Home >
ମାଲକାନଗିରିରେ 29 ବିଏସଏଫ ଯବାନଙ୍କୁ କରୋନା
Khabar Odisha:29-BSF-soldiers-tested-corona-positive-in-malkangiri
ମାଲକାନଗିରି, ଜୁନ ୩୦ (ଖବର ଓଡ଼ିଶା):

ମାଲକାନଗିରିରେ ଡ୍ୟୁଟିରେ ଥିବା ୨୯ ଜଣ ବିଏସ୍‌ଏଫ୍‌ ଯବାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସମସ୍ତ ଯବାନ ମାଲକାନଗିରିରେ ରହିଥିବା ଜଣାପଡିଛି । ଏନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

 

ଆଜି ମାଲକାନଗିରିରୁ ଚିହ୍ନଟ ହୋଇଥିବା ୩୬ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ଜଣ ବିଏସ୍‌ଏଫ୍‌ ଯବାନ ରହିଥିଲେ । ତେବେ ଅନ୍ୟ ୭ ଜଣଙ୍କ ମଧ୍ୟରୁ ୩ ଜଣ ହୋମ୍‌ କ୍ଵାରେଣ୍ଟାଇନ୍‌, ୪ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ।

 

ସେହିପରି ପୂର୍ବରୁ ମଧ୍ୟ ୨ଜଣ ଯବାନ ମାଲକାନଗିରିରୁ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ଆଜିର 36 ଜଣଙ୍କୁ ମିଶାଇ ମାଲକାନଗିରିରେ ବର୍ତ୍ତମାନ ୯୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 44 ଦଣ ବର୍ତ୍ତମାନ ବିଭିନ୍ନ କୋଭିଡ ହସପିଟାଲରେ ଚିତ୍କିସିତ ହେଉଛନ୍ତି ।

 

  • Tags:

Subscribe

National International State Sports Entertainment