Home >
ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୩ ଆକ୍ରାନ୍ତ, ଆରୋଗ୍ୟଙ୍କ ସଂଖ୍ୟା ୫ ହଜାର ୭୦୫ ଛୁଇଁଲା
Khabar Odisha:203-Corona-patient-cured-in-Odisha
ଭୁବନେଶ୍ୱର, ଜୁଲାଇ 3 ( ଖବର ଓଡ଼ିଶା):

 ଓଡ଼ିଶା ପାଇଁ ଖୁସି ଖବର । ଆଜି ରାଜ୍ୟରେ ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା  ୫ ହଜାର ୭୦୫ ଛୁଇଁଛି ।

ଆଜି କରୋନାରୁ ସୁସ୍ଥ ହୋଇଥିବା ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୮ ଆକ୍ରାନ୍ତ ସୁସ୍ଥ ହେଲେ। ଖୋର୍ଦ୍ଧାରୁ ୩୭, ଗଜପତିର ୧୯, କଟକର ୧୮, ଜଗତସିଂପୁରର ୧୮, ସମ୍ବଲପୁରର ୧୨, ସୁନ୍ଦରଗଡର ୧୨, ଢେଙ୍କାନାଳର ୧୦. ଯାଜପୁରର ୮, ବରଗଡର ୭ଜଣ ରହିଛନ୍ତି । ସେହିପରି ମୟୂରଭଞ୍ଜରୁ ୬, ରାୟଗଡାରୁ ୫, ବାଲେଶ୍ୱର ଓ କନ୍ଧମାଳରୁ ୩, ପୁରୀରୁ ୨, ଦେବଗଡ, ଝାରସୁଗୁଡା, ମାଲକାନଗିରି, କେଉଁଝର ଓ ନବରଙ୍ଗପୁରରୁ ଜଣେ ଲେଖାଏଁ  ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ଆଜି ସକାଳେ ଚିହ୍ନଟ ୫୬୧ ଜଣ ନୂଆ ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୧୦୬  କୁ ବୃଦ୍ଧି ପାଇଛି । କରୋନାରେ ୨୯ ଜଣଙ୍କ ମୃତ୍ୟୁ ଘଟିଛି।

  • Tags:

Subscribe

National International State Sports Entertainment