ମୟୁରଭଞ୍ଜ: ରାସ୍ତା ପାଲଟିଲା ରେସଲିଂ ରିଙ୍ଗ । ପୋଲିସକୁ ନାହିଁ ଭୟ । ଥାନା ଠାରୁ ମାତ୍ର ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ମଝି ରାସ୍ତାରେ ଗୁଣ୍ଡାଗିରି । ଉଦଳା ଥାନା ଏନଏସି ୫ ନମ୍ବର ୱାର୍ଡରେ ଯୁବକଙ୍କ ଗୁଣ୍ଡାଗିରି ଦେଖିବାକୁ ମିଳିଛି । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
ଉଦଳା ଥାନା ଏନଏସି ୫ ନମ୍ବର ୱାର୍ଡରେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ଆସି ଆଉ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ ମାରିଛନ୍ତି । ଯିଏ ଯେମିତି ପାରିଲା ବାଡେଇ ଚାଲିଲା। ମୁଥ, ଚାପୁଡ଼ା ଠାରୁ ଆରମ୍ଭ କରି ଦୁଇ ଯୁବକଙ୍କୁ ୩ ରୁ ଅଧିକ ଯୁବକ ଗୋଡେଇ ଗୋଡେଇ ନିର୍ଘାତ ମାଡ଼ ମାରୁଥିବାର ଭିଡିଓ ସାମ୍ନାକୁ ଆସିଛି । ଯେଉଁ ଭିଡିଓରେ ଦୁଇ ଜଣ ଯୁବକଙ୍କୁ ୩ ରୁ ୪ ଜଣ ଯୁବକ ଅତି ଅମାନୁଷିକ ଭାବେ ବିଚ ରାସ୍ତାରେ ଜନଗହଳିପୂର୍ଣ୍ଣ ସ୍ଥାନରେ ମାଡ଼ ମାରୁଥିବା ଦେଖାଯାଇଛି । ଏପରିକି ମାଡ଼ ମାରି ଯୁବକଙ୍କୁ ରକ୍ତାକ୍ତ ମଧ୍ୟ କରି ଦେଇଛନ୍ତି। ଆଉ ସଂଘବଦ୍ଧ ଭାବେ ଆସିଥିବା ଯୁବକ ମାନେ ଗୋଡ଼ାଇ ଗୋଡ଼ାଇ ମାରୁଥିବାବେଳେ ସ୍ଥାନୀୟ ଲୋକେ ଦେଖଣାହାରି ପାଲଟିଥିଲେ।
ଏହି ଭିଡିଓଟି ଗତ ଏପ୍ରିଲ ମାସରେ ନିମ୍ନ ମାନର କାମ ବାବଦରେ ମୁହଁ ଖୋଲିଥିବାରୁ ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣର ବୋଲି ଜଣାଯାଇଛି । ତେବେ ଏଥିରେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାହା ସ୍ପଷ୍ଟ ହୋଇ ନାହିଁ ।