ବିରୋଧ ପ୍ରଦର୍ଶନ କରିବା ପରେ ମାନିଲେ କତ୍ତୃପକ୍ଷ, କଲେଜରେ ଲମ୍ବା କୁର୍ତ୍ତୀ ଡ୍ରେସ୍ କୋଡ୍ ହେଲା ଉଚ୍ଛେଦ
Khabar Odisha:national-odisha-student-protest-against-dress-code-diktat-in-hyderabad-st-francis-college-successful-as-administration-withdraws-circular
ହାଇଦ୍ରାବାଦ, ସେପ୍ଟେମ୍ବର ୧୬ (ଖବର ଓଡିଶା) :

ହାଇଦ୍ରାବାଦର ସେଣ୍ଟ ଫ୍ରାନ୍ସିସ୍ କଲେଜରେ ଛାତ୍ରୀମାନଙ୍କୁ ନେଇ ଦିଆଯାଇଥିବା ଅଜବ ନିର୍ଦ୍ଦେଶକୁ ଖାରଜ କରାଯାଇଛି। ଏହି କଲେଜରେ ଛାତ୍ରୀମାନଙ୍କୁ ଲମ୍ବା କୁର୍ତ୍ତୀ ପିନ୍ଧି ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କେବଳ ସେତିକି ନୁହେଁ କୁର୍ତ୍ତୀ ଲମ୍ବ ମାପିବାକୁ ମଧ୍ୟ କତ୍ତୃପକ୍ଷଙ୍କ ପକ୍ଷରୁ ଜଣେ ଗାର୍ଡ ରଖାଯାଇଥିଲା। ଗାର୍ଡ ଜଣକ ନିର୍ଦ୍ଦେଶ କ୍ରମେ ଝିଅମାନଙ୍କୁ କୁର୍ତ୍ତୀ ଲମ୍ବ ମାପୁଥିଲେ ଏବଂ ଆଣ୍ଠୁ ତଳକୁ ଡ୍ରେସ୍ ପରିଧାନ କରିଥିବା ଝିଅମାନଙ୍କୁ କ୍ଲାସ ଭିତରକୁ ଯିବାକୁ ଅନୁମତି ଦେଉଥିଲା। ଯେଉଁମାନେ ଆଣ୍ଠୁ ଉପରକୁ ଡ୍ରେସ୍ ପରିଧାନ କରୁଥିଲେ ସେମାନଙ୍କୁ ବାହାରେ ଠିଆ କରାଯାଉଥିଲା। ଯାହାପରେ ଛାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରୀମାନେ କଲେଜ ପରିସରରେ ବିରୋଧ ପ୍ରଦର୍ଶନ କରିଥିଲେ। ପ୍ରାୟ ୧୫୦ ଛାତ୍ରୀ ଆନ୍ଦୋଳନ କରିଥିଲେ।  

ଯାହାଫଳରେ କଲେଜ ଗେଟ୍ ପାଖ ରାସ୍ତା ବହୁ ସମୟ ଧରି ଜାମ୍ ହୋଇଥିଲା। ଯାତାୟତ ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇଯାଇଥିଲା। ସ୍ଥିତି ସମ୍ଭାଳିବାକୁ ଯାଇ କଲେଜ କତ୍ତୃପକ୍ଷ ଛାତ୍ରୀମାନଙ୍କ ସହ ଏକ ବୈଠକ କରି ସମାଧାନ କରିବାକୁ କହିଥିଲେ। କିନ୍ତୁ ଉତ୍ତ୍ୟକ୍ତ ଛାତ୍ରୀମାନେ ଏହାକୁ ଅମାନ୍ୟ କରିଥିଲେ। ସେମାନେ କହିଥିଲେ କି, ଯାହା ସମାଧାନ ହେବ ସର୍ବସାଧାରଣରେ ସମାଧାନ ହେବ, ବନ୍ଦ କୋଠରୀ ଭିତରେ ନୁହେଁ। ଏହାପରେ କତ୍ତୃପକ୍ଷମାନେ ବାଧ୍ୟ ହୋଇ ଏହି ନିୟମ ହଟାଇଥିଲେ।   

ଉଲ୍ଲେଖଯୋଗ୍ୟ, ସେଣ୍ଟ ଫ୍ରାନ୍ସିସ୍ ଗର୍ଲସ୍ କଲେଜ ପ୍ରଶାସନ ଏହି ନୂତନ ଡ୍ରେସ୍ କୋଡ ନିୟମ ଅଗଷ୍ଟ ୦୧ରୁ ଲାଗୁ କରିଥିଲେ। ଯେଉଁମାନେ ଏହି ନିୟମକୁ ଅମାନ୍ୟ କରନ୍ତି ସେମାନଙ୍କୁ କ୍ଲାସକୁ ଯିବାକୁ ଅନୁମତି ମିଳେ ନାହିଁ। ତେବେ ଛାତ୍ରୀମାନେ ଏବେ ଏଭଳି ଅଜବ ନିୟମକୁ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମହିଳା ସିକ୍ୟୁରିଟି ଗାର୍ଡ ଜଣକ କୁର୍ତ୍ତୀ ଲମ୍ବ ମାପ କରୁଛନ୍ତି ଏବଂ ନିର୍ଦ୍ଧାରିତ ଲମ୍ବ ଠାରୁ ଛୋଟ କୁର୍ତ୍ତୀ ପିନ୍ଧିଥିବା ଛାତ୍ରୀମାନଙ୍କୁ କ୍ଲାସ ଭିତରକୁ ଯିବାକୁ ଅନୁମତି ଦେଉ ନାହାଁନ୍ତି। 

କଲେଜର ଜଣେ ପୂର୍ବତନ ଛାତ୍ରୀ ଡ୍ରେସ୍ କୋଡକୁ ନେଇ ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିଲେ। ସେ କହିଛନ୍ତି କି, ମିଡ ସେଶନରେ ଏଭଳି ନିୟମ ଲାଗୁ କରାଯାଇଛି। କାରଣ ଶିକ୍ଷକମାନେ କହୁଛନ୍ତି ଲମ୍ବା ଡ୍ରେସ୍ ପିନ୍ଧିଲେ ଭଲ ବିବାହ ପାଇଁ ଭଲ ପ୍ରସ୍ତାବ ଆସିବ। ଏହି ନିୟମ ବିରୋଧରେ ସ୍ଵର ନଉଠାଇବାକୁ ମଧ୍ୟ ପୂର୍ବତନ ଛାତ୍ରୀମାନଙ୍କୁ ଚେତାବନୀ ଦିଆଯାଇଛି। ଯେଉଁମାନେ ଆଣ୍ଠୁରୁ ଅଳ୍ପ ଉପରକୁ କୁର୍ତ୍ତି ପିନ୍ଧୁଛନ୍ତି ସେମାନଙ୍କୁ ପ୍ରତାଡିତ କରାଯାଉଛି। ଯଦି ଏହି ନିୟମକୁ କେହି ଅମାନ୍ୟ କରୁଛନ୍ତି ତେବେ ତାଙ୍କୁ କଲେଜର ବାହାରେ ଠିଆ କରାଯାଉଛି। ଯେଉଁ କାରଣସରୁ ସେମାନେ କ୍ଲାସ୍ କରି ପାରୁ ନାହାଁନ୍ତି।

Subscribe

National International State Sports Entertainment