ସାଲେପୁର ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତ ମୁସ୍ତାକକୁ ଫାଶୀ ଦଣ୍ଡ
Khabar Odisha:cuttack-special-pocso-court-gives-death-penalty-to-accuse-of-salipur-rape-case
କଟକ, ସେପ୍ଟେମ୍ବର ୧୯ (ଖବର ଓଡ଼ିଶା):

ରାଜ୍ୟର ଆଉ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ହୋଇଛି । ବହୁ କଟକ ସାଲେପୁର ନାବାଳିକା ଦୁଷ୍କର୍ମ ମାମଲାରେ ଅଦାଲତ ଆଜି ଦଣ୍ଡ ବିଧାନ କରିଛନ୍ତି । ଅଭିଯୁକ୍ତ ମହମ୍ମଦ ସେକ୍‌ ମୁସ୍ତାକକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି କଟକ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ।

ଗତକାଲି କୋର୍ଟ ମୁସ୍ତାକକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଇପିସି ଧାରା ୩୬୩ ଅପହରଣ, ୩୦୨ ହତ୍ୟା ଓ ୩୭୬ ଅର୍ଥାତ ଏକ ଶିଶୁକୁ ଦୁଷ୍କର୍ମ କରିବା ଏବଂ ୬ ଟି ପୋକ୍ସୋ ଧାରା ଅନୁଯାୟୀ କୋର୍ଟ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ପୀଡ଼ିତାଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଯେହେତୁ ଅଭିଯୁକ୍ତ ବିବାହିତ ଏବଂ ତାଙ୍କର ବୃଦ୍ଧ ପିତା ମାତା ଅଛନ୍ତି ତେଣୁ ତାଙ୍କ ଦଣ୍ଡରେ କୋହଳ କରିବାକୁ ଅଭିଯୁକ୍ତ ପକ୍ଷର ଓକିଲ ଯୁକ୍ତି ରଖିଥିଲେ । ମାତ୍ର ଏହା ଅକ୍ଷମଣୀୟ ଅପରାଧ ହୋଇଥିବାରୁ ନ୍ୟାୟଧୀଶ ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

 ୨୦୧୮ ଅପ୍ରେଲ ୨୧ ତାରିଖରେ ସାଲେପୁର ଅଞ୍ଚଳରେ ୬ବର୍ଷର ନାବାଳିକା ତାର ଭାଇ ସହ ଖେଳୁଥିବା ସମୟରେ ମୁସ୍ତାକ ତାକୁ ଡାକି ନେଇଥିଲା । ଚକୋଲେଟ ଦେବା ବାହାନାରେ ଡାକି ନେଇ ଦୁଷ୍କର୍ମ କରିଥିଲା । ଘଟଣା ପ୍ରଘଟ ହେବା ଆଶଙ୍କାରେ ମୁସ୍ତାକ ଏକ ଇଟାରେ ମୁଣ୍ଡକୁ ଛେଚି ହତ୍ୟା କରିବାକୁ ଉଦ୍ୟମ କରିଥିଲା। ତେବେ ନାବାଳିକାଙ୍କୁ ଉଦ୍ଧାର କରିବା ପରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗୁରୁତର ଅବସ୍ଥାରେ ପୀଡିତା ମୃତ୍ୟୁ ସହ ସଂଗ୍ରାମ କରି ଆଖିବୁଜି ଥିଲା । ପୋସ୍କୋ ଆଇନ୍ ଅନୁସାରେ ଏହି ଘଟଣାର  ମାତ୍ର ୧୯ ଦିନ ପରେ ମେ ୯ ପୋଲିସ ଚାର୍ଜସିଟ୍ ଦାଖଲ କରିଥିଲା ପୋଲିସ । 

  • Tags:

Subscribe

National International State Sports Entertainment