ଜେଲରେ ଲାଗିବ ମୋବାଇଲ ଡିଟେକ୍ଟର
Khabar Odisha:As-many-as-300-mobile-phone-detectors-to-be-installed-in-91-jails-to-deter-crime
ଭୁବନେଶ୍ୱର, ଜାନୁଆରୀ ୦୭(ଖବର ଓଡ଼ିଶା):

ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡିଥିବା ଜେଲ ବ୍ୟବସ୍ଥାକୁ ସୁଧାରିବା ପାଇଁ ଅଣ୍ଟା ଭିଡିଛି ଜେଲ ବିଭାଗ । ଜେଲ ଭିତରେ କଏଦୀମାନେ ମୋବାଇଲ ବ୍ୟବହାର ହେଉଥିବା ନେଇ ବାରମ୍ୱାର ଖବର ସାମ୍ନାକୁ ଆସିବା ପରେ ତତ୍ପର ହୋଇ ଉଠିଛି ଜେଲ ବିଭାଗ । ଦୁର୍ଦ୍ଦାନ୍ତ ଅପରାଧୀ ମାନେ ଜେଲ ଭିତରୁ ମୋବାଇଲ ଫୋନ ବ୍ୟବହାର କରି ଅପରାଧ ଘଟାଇବାରେ ସକ୍ଷମ ହେଉଛନ୍ତି ।  

ଏଣିକି ଜେଲରେ ଅପରାଧୀ ମାନଙ୍କ ଚୋରା ମୋବାଇଲକୁ ଜଗିବ ମୋବାଇଲ ଫୋନ ଡିଟେକ୍ଟର । ରାଜ୍ୟର ୯୧ଟି ଜେଲରେ ଲାଗିବ ମୋବାଇଲ ଫୋନ ଡିଟେକ୍ଟର । ଜେଲରେ ରହୁଥିବା ଅପରାଧୀ ମାନଙ୍କ ସଂଖ୍ୟାକୁ ଦେଖି ଦିଆଯିବ ମୋବାଇଲ ଡିଟେକ୍ଟର ମେସିନ । ଏହି ଯୋଜନାକୁ 

ଚଳିତ ଆର୍ଥିକ ବର୍ଷରେ କାର୍ଯକାରୀ କରାଯିବା ସହ ୭୫ ଲକ୍ଷ ଟଙ୍କା ମୂଲ୍ୟର ବୟ ଅଟକଳ ରହିଛି । 

ରାଜ୍ୟର ଜେଲ ମାନୁଆଲ ଅନୁସାରେ ଏଣିକି ଜେଲ କର୍ମଚାରୀ ଜେଲ ଭିତରକୁ ଆଉ ନେଇ ପାରିବେନି ମୋବାଇଲ । ଏଣିକି ଜେଲ ଭିତରକୁ ଯିବା ପୂର୍ବରୁ ମୋବାଇଲକୁ ଜେଲର ୱାର୍ଡରଙ୍କ ନିକଟରେ ଦାଖଲ କରି ଭତରକୁ ଯିବେ କର୍ମଚାରୀ । ଏନେଇ ଗଣମାଧ୍ୟମକୁ ସୂଚନା ଦେଲେ ଜେଲ ବିଭାଗର ଡିଜି ସନ୍ତୋଷ ଉପାଧ୍ୟାୟ ।

ଏହା ସହ ଚୌଦାର ଜେଲରେ ସଜ୍ଜା କାଟୁଥିବା ଗ୍ୟାଙ୍ଗଷ୍ଟର ସକିଲର ମୋବାଇଲ ବ୍ୟବହାରକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଲେ ଡିଜି । ଆଇନ ଅନୁସାରେ ଗ୍ୟାଙ୍ଗଷ୍ଟାର ସକିଲ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଲେ ଜେଲ ବିଭାଗର ଡିଜି ସନ୍ତୋଷ ଉପାଧ୍ୟାୟ । 

Subscribe

National International State Sports Entertainment