ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା। ମାର୍ଚ୍ଚ ୪ ପରେ ପାଣିପାଗରେ ପରିବର୍ତ୍ତନ ଘଟି ପ୍ରଥମେ ଉପକୂଳ ଓଡ଼ିଶା ଏବଂ ପରେ ଅନ୍ୟସ୍ଥାନମାନଙ୍କର ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ୨ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବାର ସମ୍ଭାବନା ଥିବା ବେଳେ ଗତ ଗୁରୁବାର ରାଜ୍ୟର ୫ଟି ଜିଲ୍ଲାରେ ବର୍ଷା ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହି ଜିଲ୍ଲା ଗୁଡିକ ହେଲା ରାୟଗଡ଼ା,କଳାହାଣ୍ତି, ନୂଆପଡ଼ା, କୋରାପୁଟ ଓ ନବରଙ୍ଗପୁର।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଉପକୂଳ ଓଡ଼ିଶାରେ ଗୁରୁବାରଠାରୁ ତାପମାତ୍ରା ବୃଦ୍ଧି ପାଇବ। ସେହିପରି ରାତ୍ରି ତାପମାତ୍ରା ମାର୍ଚ୍ଚ ୫ ତାରିଖ ସୁଦ୍ଧା ପ୍ରାୟ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ବେଳେ ମାର୍ଚ୍ଚ ୩ ତାରିଖରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଅତିକ୍ରମ କରିପାରେ ବୋଲି କହିଛି ବିଭାଗ।ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସାମାନ୍ୟ କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଗତ ୪୮ ଘଣ୍ଟା ମଧ୍ୟରେ ବରଗଡ଼ରେ ସର୍ବାଧିକ ୩୯ ମିମି ବର୍ଷା ହୋଇଥିବା ବେଳେ ଅନୁଗୁଳ, ହୀରାକୁଦ, ସମ୍ବଲପୁର, ଓ ବାରିପଦାରେ ୧୮-୧୬ ମିମି ଲେଖାଏଁ ବର୍ଷା ରେକର୍ଡ କରାଯାଇଛି।
ଅଧିକ ପଢନ୍ତୁ: ଚିକିତ୍ସା ଅବହେଳାରୁ ଚାଲିଗଲା ନାବାଳକଙ୍କ ଜୀବନ